କନକ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଲତାଦେଇପୁର ଗାଁକୁ ବ୍ରାହ୍ମଣୀ ନଦୀ ବଢ଼ିରୁ ସୁରକ୍ଷା ଦେଉଥିବା ମାଳବନ୍ଧକୁ କାଟି ତିଆରି ହେଉଛି ରାସ୍ତା । ରେଙ୍ଗାଲି ବାମ ପାଶ୍ୱର୍ କେନାଲ କର୍ତୃପକ୍ଷଙ୍କ ଅଧୀନରେ ଥିବା ମାଳବନ୍ଧ କଟାଯିବା ଲାଗି ଅନୁମତି ନଥିବା ବେଳେ ଏପରି ବେଆଇନ୍ ବନ୍ଧ କଟା ଏବେ ଲତାଦେଇପୁର ଓ ଏହାର ଆଖପାଖ ଅଂଚଳ ପ୍ରତି ବିପଦ ସୃଷ୍ଟି କରିଛି । ଏଭଳି ଅବସ୍ଥାରେ ବନ୍ୟା ଆସିଲେ ଗାଁ ଭିତରେ ପାଣି ପଶିଯିବାର ଆଶଙ୍କା ଥିବା ନେଇ ଅଭିଯୋଗ କରିଛନ୍ତି ଗାଁଲୋକ ।
ମାଳବନ୍ଧ କର୍ତୃପକ୍ଷଙ୍କ ନିକଟରେ ଏନେଇ ଲିଖିତ ଅଭିଯାଗ ହେବା ସତ୍ୱେ କୌଣସି ମରାମତି କରାଯାଉନାହିଁ । ବନ୍ଧକୁ କିଏ କାଟିଛି କୌଣସି ତଦନ୍ତ ମଧ୍ୟ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରାକୃତିକ ବଡ଼ଯୋରା ନାଳକୁ ମଧ୍ୟ ବାଲିବସ୍ତା ମୋରମ ପକାଇ ଜଳସ୍ରୋତକୁ ଅବରୋଧ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲ କାମରେ ନିୟୋଜିତ ଜେସିବି ଓ ଟ୍ରାକ୍ଟରକୁ ଜବତ କରିଛି ପୋଲିସ ।
Follow Us