ଶିକ୍ଷକ ହେଲେ ସରପଞ୍ଚ ପ୍ରାର୍ଥୀ: ମାହାଙ୍ଗା ରାହାଣିଆ ପଞ୍ଚାୟତରୁ ଲଢିବେ ନିର୍ବାଚନ 

Advertisment
ଶିକ୍ଷକ ହେଲେ ସରପଞ୍ଚ ପ୍ରାର୍ଥୀ: ମାହାଙ୍ଗା ରାହାଣିଆ ପଞ୍ଚାୟତରୁ ଲଢିବେ ନିର୍ବାଚନ 

କନକ ବ୍ୟୁରୋ: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ତାତି । ନାମାଙ୍କନ ପତ୍ର ଦାଖଲ ପାଇଁ ଏବେ ପ୍ରାର୍ଥୀମାନଙ୍କ ଭିଡ ଲାଗିଛି । ଆଉ ଏହାରି ଭିତରେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ଏମିତି ଏକ ଘଟଣା କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତରେ ଦେଖିବାକୁ ମିଳିଛି  । ଏହି ପଞ୍ଚାୟତର ଧରଣୀଧର ବେହେରା ନାମକ ଜଣେ ବୃଦ୍ଧ ଆଜି ନିଜ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବା କୁମିଳିଛି ।

ସେ ୫ ବର୍ଷ ହେବ ଶିକ୍ଷକ ପଦରୁ ଅବସର ନେଇ ନିଜ ଅଞ୍ଚଳରେ ବୃକ୍ଷରୋପଣ କରିବା ସହିତ ନିଜ ଅଞ୍ଚଳରେ ସମାଜ ସେବା କାର୍ୟ୍ୟରେ ମଧ୍ୟ ନିୟୋଜିତ ଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ସେ ଚଳିତଥର ସରପଞ୍ଚ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ସରପଞ୍ଚ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ସେ ବିଭିନ୍ନ ଲୋକାଭିମୁଖୀ କାର୍ୟ୍ୟ କରିବା ସହିତ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe