ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ମହିଳା କମିଶନରଙ୍କ ନିକଟରେ ହାଜର ହେଲେ ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି

222

କନକ ବ୍ୟୁରୋ : ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମହିଳା କମିଶନରେ ହାଜର ହେଲେ ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି । ନିଜ ଓକିଲଙ୍କ ସହିତ ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି ମହିଳା କମିଶନରେ ହାଜର ହୋଇଛନ୍ତି । ମହିଳା କମିଶନଙ୍କ ପକ୍ଷରୁ ମାମଲା ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ଗତକାଲି ସେ କାଗଜପତ୍ର ଦାଖଲ କରିପାରିନଥିଲେ । ଆଜି ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି ହାଜର ହୋଇ ଏହାକୁ ଦାଖଲ କରିଛନ୍ତି ।

ସେପଟେ ମହିଳା କମିଶନ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମଗା ଯାଇଥିବା କାଗଜପତ୍ର ଓଟିଭି ନିର୍ଦ୍ଦେଶକଙ୍କ ପ୍ରତିନିଧି ଦାଖଲ କରିଥିବା ସେ କହିଛନ୍ତି । ଗଠନ ହୋଇଥିବା କମିଟି ଏହି କାଗଜପତ୍ରର ଯାଂଚ କରିବ । ଯାଂଚ ପରେ ପରବର୍ତି ଶୁଣାଣି ତାରିଖ ଘୋଷଣା ହେବ । ମାମଲା ଯଥା ଶୀଘ୍ର ସାରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମହିଳା କମିଶନ । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି ଆଇନ ଆଖିରେ ସମସ୍ତେ ସମାନ ବୋଲି ସେ କହିଛନ୍ତି ।