ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆସିଲା ହ୍ୟାଣ୍ଡରାଇଟ ବ୍ୟୁରୋର ରିପୋର୍ଟ : ହାତଲେଖା ଚିଠି ଆଦିତ୍ୟଙ୍କର ବୋଲି ସ୍ପଷ୍ଟ; ଏକ୍ସପର୍ଟଙ୍କ ମତାମତ ନେଇ ଜିଆରପିକୁ ରିପୋର୍ଟ କରାଗଲା ହସ୍ତାନ୍ତର

448

କନକ ବ୍ୟୁରୋ : ଆସିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍ ର ସତ । ହାତଲେଖା ଡାଏରୀ ଆଦିତ୍ୟଙ୍କର । ହ୍ୟାଂଡ ରାଇଟିଂ ବ୍ୟୁରୋରୁ ଆସିଥିବା ରିପୋର୍ଟରୁ ଏହା ଜଣାପଡିଛି । ଏକ୍ସପର୍ଟଙ୍କ ମତାମତ ପରେ ଜିଆରପିକୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଛି । ହାତଲେଖା ଡାଇରୀ ଚିଠି ଆଦିତ୍ୟଙ୍କର ବୋଲି ହ୍ୟାଂଡ ରାଇଟିଂ ବ୍ୟୁରୋର ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ରେଳ ଧାରଣାରୁ ମିଳିଥିଲା । ଏହାପରେ ତାଙ୍କର ଡାଇରୀ ବି ଜବତ ହୋଇଥିଲା । ଘଟଣା ନେଇ ଛାନଭିନ୍ କରୁଛି ଜିଆରପି ।

ଏହି ମାମଲାରେ ଆଦିତ୍ୟଙ୍କ ସାଙ୍ଗ, ତାଙ୍କର ପତ୍ନୀ, ଆଦିତ୍ୟଙ୍କ ଶ୍ୱଶୁର ଘର ଲୋକଙ୍କ ବୟାନ୍ ରେକର୍ଡ କରିଛି ଜିଆରପି । ପୁରୁଷୋତମ ଏକ୍ସପ୍ରେସ ଡ୍ରାଇଭର ମଧ୍ୟ ସେହିଦିନ ଟ୍ରେନରେ କୌଣସି ଲୋକ ଧକ୍କା ହୋଇନଥିବା ଜିଆରପି ନିକଟରେ ବୟାନ ରଖିଥିଲେ । ବର୍ତମାନ ସୁଦ୍ଧା ଆଦିତ୍ୟଙ୍କର ମୃତ୍ୟୁ କିପରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।