କନକ ବ୍ୟୁରୋ : କରୋନା ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟରେ ଟିକାକରଣରେ ରେକର୍ଡ କରିଛି ଓଡ଼ିଶା । ଦିନକରେ ୪ ଲକ୍ଷ ୧୬ ହଜାର ଡୋଜ ଟିକା ପ୍ରଦାନ କରି ରେକର୍ଡ କରିଛି ଓଡ଼ିଶା । ଏବେ ସୁଦ୍ଧା ରାଜ୍ୟରେ ମୋଟ ୨ କୋଟି ୮୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ମୋଟ ଟିକାକରଣର ୬୬ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି ।
କିନ୍ତୁ ଦ୍ୱିତୀୟ ଡୋଜ ଟିକାନେବାକୁ ଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଲୋକ ଟିକା ନେଇଥିବା ବେଳେ ବାକି ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି । ଏବେ ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ଅଛି । ଡିସେମ୍ବର ସୁଦ୍ଧାର ରାଜ୍ୟ ସବୁ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଚେଷ୍ଟା କରାଯାଉଛି ବୋଲି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/17-29.jpg)