କନକ ବ୍ୟୁରୋ: ଜୟପୁର ପୋଲିସର ବଡ଼ ସଫଳତା ଚୋରି ସାମଗ୍ରୀ ଜବତ କରି ମନ୍ଦିର କମିଟିକୁ କଲା ହସ୍ତାନ୍ତର। ବିଭିନ୍ନ ମନ୍ଦିରରୁ ଚୋରି କରି ପୋଲିସ ଖାତାରେ ରେକର୍ଡ଼ ସୃଷ୍ଟି କରିଥିବା ଆନ୍ତରାଜ୍ୟର କୁଖ୍ୟାତ ଅପରାଧି ଘନସ୍ୟାମ ଦାସ ଓରଫ ପ୍ରକାଶ ସାହୁକୁ ନୟାଗଡ଼ରୁ ଗିରଫ କରିଛି ଜୟପୁର ପୋଲିସ। ୨ ଲକ୍ଷ ଟଙ୍କା ସହ ରୁପା ସାମଗ୍ରୀ ଓ ଚୋରିରେ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି । ଆଉ ଅଭିଯୁକ୍ତକୁ ଜେରା ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆପଣଙ୍କୁ ତାଜୁବ୍ କରିଦେବ ।

Advertisment

ଗତ ଫେବୃଆରି ୪ରେ ଜୟପୁର କନକ ପରମେଶ୍ୱରି ମନ୍ଦିର ଚୋରି ଘଟଣାର ଅଭିଯୁକ୍ତକୁ ନୟାଗଡରୁ ଗିରଫ କରିଛି ଜୟପୁର ପୁଲିସ। ପଚରାଉଚରାରୁ ଜଣାପଡିଛି, ୨୫ ବର୍ଷ ହେଲା ବିଭିନ୍ନ ମନ୍ଦିରରୁ ଲକ୍ଷଲକ୍ଷ ଟଙ୍କା ଚୋରି କରିଛି ଘନଶ୍ୟାମ। ରାଜ୍ୟର ବିଭିନ୍ ଜିଲ୍ଲା ସମେତ ବାହାର ରାଜ୍ୟର ବିଭିନ୍ନ ମନ୍ଦିରରେ ବି କଳାକନା ବୁଲାଇଛି । ହୁଣ୍ଡିରୁ ଟଙ୍କା ନେବା ସହ ଠାକୁର ଠାକୁରାଣୀଙ୍କ ସୁନା-ରୂପା ଅଳଙ୍କାର ନେଇ ଅୟସ କରୁଥିଲା। ପୁଲିସ ହାତର ଧରା ପଡିବା ପରେ କନକ ନ୍ୟୁଜକୁ କହିଛି, କାହିଁକି କରୁଥିଲା ଚୋରି ।

ରାୟଗଡ଼ା, ଜୟପୁର, ପୁରୀ ସମେତ କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗେନା ରାଜ୍ୟରୁ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଗହଣା ଚୋରି ରେକର୍ଡ଼ ରହିଛି ଏହି ଅଭିଯୁକ୍ତ ନାଁରେ। ଭିନ୍ନଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ନାମରେ ପରିଚିତ। ନାଁ ବଦଳାଇ ଚୋରି କରୁଥିଲା ଘନଶ୍ୟାମ । ପୁଲିସର ସୂଚନା ଅନୁସାରେ, ୧୮ ବର୍ଷ ବୟସରୁ ଚୋରି ବିଦ୍ୟାକୁ ଆପଣାଇଥିଲା। ଏବେ ବୟସ ୪୫। ଏହାରି ଭିତରେ ରାଜ୍ୟ ଓ ରାଜ୍ୟ ବାହାରେ ୪୦ରୁ ଉର୍ଦ୍ଧ ଚୋରି ମାମଲା ରହିଛି। ୩ଥର ଗିରଫ ହୋଇ ଜେଲ ଯାଇସାରିଛି ।

ଅଭିଯୁକ୍ତ କହିଛି ସେ ଡ଼ବଲ ଏମଏ ପଢିଛି। ଚାକିରି ମିଳିଲାନି, ଗୁହାରି କରିବାରୁ କିଛି ରାଜନେତା ଚୋରୀ ବାଟ ଦେଖାଇଛନ୍ତି। କିନ୍ତୁ ଏହା ଯୁକ୍ତିଯୁକ୍ତ ନୁହେଁ, ପାଠପଢି ଚାକିରି ନମିଳିଲେ, ରୋଜଗାରର ଅନେକ ବାଟ ରହିଛି। ଚୋରି ଭଳି ଅପରାଧିକ ବାଟ ନୁହେଁ ।