ଅସତ୍ୟ ଉପରେ ସତ୍ୟର ବିଜୟ: ବିଜୟାଦଶମୀରେ ଦେଶର ବିଭିନ୍ନ ସ୍ଥାନରେ ହେଲା ରାବଣ ପୋଡି; ହେଲେ କୋଭିଡ୍ କଟକଣା ଯୋଗୁଁ ଓଡିଶାରେ ବନ୍ଦ

239

କନକ ବ୍ୟୁରୋ: ଅସତ୍ୟ ଉପରେ ସତ୍ୟର ବିଜୟ । ପାପ ଉପରେ ପୂଣ୍ୟର ବିଜୟକୁ ସମଗ୍ର ଦେଶରେ ବିଜୟା ଦଶମୀ ଭାବେ ପାଳନ କରାଯାଇଛି । ବିଜୟାଦଶମୀରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ହୋଇଛି । ଅନ୍ୟାୟ, ଅତ୍ୟାଚାର, ହିଂସା, ଅହଂକାରର ପ୍ରତୀକ ଭାବରେ ରାବଣ ଦହନ କରି ସମାଜରେ ଶାନ୍ତି, ଭାଇଚାରା ସ୍ଥାପନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହାଛଡା ବିଜୟା ଦଶମୀ ହେଉଛି ଶ୍ରୀ ରାମଚନ୍ଦ୍ରଙ୍କ ଲଙ୍କା ବିଜୟର ଦିବସ ବୋଲି ମଧ୍ୟ କୁହାଯାଏ ।

କୁହାଯାଏ, ତ୍ରେତୟା ଯୁଗରେ ଆଜିର ଦିନରେ ଲଙ୍କାରେ ରାବଣକୁ ପରାସ୍ତ କରି ଅଯୋଧ୍ୟା ଫେରିଥିଲେ ପ୍ରଭୁ ରାମଚନ୍ଦ୍ର । ରାମଚନ୍ଦ୍ର ଫେରିବା ପରେ ଅଯୋଧ୍ୟାବାସୀ ଖୁସିରେ ବିଜୟା ଦଶମୀ ଉତ୍ସବ ପାଳନ କରିଥିଲେ । ସେହିକ୍ରମରେ ସାରା ଦେଶରେ ବିଜୟା ଦଶମୀ ଅବସରରେ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି । ବିଭିନ୍ନ କଳାକାରଙ୍କ ଦ୍ୱାରା ରାମଲୀଳା ମଧ୍ୟ ଅଭିନୀତ ହୋଇଥିଲା । ରାମାୟଣର କଥାବସ୍ତୁକୁ କଳା ମାଧ୍ୟମରେ ପରିବେଶଣ କରିଥିଲେ କଳାକାର । ହେଲେ କୋଭିଡ୍ କଟକଣା ଯୋଗୁଁ ଓଡିଶାରେ ରାବଣ ପୋଡି ବନ୍ଦ ରହିଛି ।