ମଝି ଆକାଶରେ ପ୍ରକୃତିର ବିରଳ ଦୃଶ୍ୟ…ଆଜି ମହାକାଶରେ ଦୃଶୀୟମାନ ହେବ ମହାଜାଗତିକ ଦୃଶ୍ୟ; ପୃଥିବୀର ଅତି ନିକଟତର ହେବ ମଙ୍ଗଳ ଗ୍ରହ

ଜାଣନ୍ତୁ କେଉଁ ସମୟରେ ଦେଖିବାକୁ ମିଳିବ ଏହି ଅଦ୍ଭୁତ ଦୃଶ୍ୟ ..

900

କନକ ବ୍ୟୁରୋ : ଆଜି ୧୩ ଅକ୍ଟୋବର । ମହାକାଶରେ ଦୃଶୀୟମାନ ହେବ ମହାଜାଗତିକ ଦୃଶ୍ୟ । ଏଥି ସହିତ ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ । କାରଣ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ ଏବଂ ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁଥିବାର ଦୃଶ୍ୟମାନ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ ପୁସ୍ତକର ଲେଖକ ଗୁରୁମିତ ବେଦୀ କହିବାନୁଯାୟୀ, ଏହି ଦିନ ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ହେବ ଏବଂ ପୃଥିବୀ ସିଧା ମଙ୍ଗଳ ଏବଂ ସୂର୍ଯ୍ୟ ମଝିରେ ରହିବ ।

ଏହା ସହିତ ପୃଥିବୀ ଏବଂ ସୂର୍ଯ୍ୟ ସହିତ ମଙ୍ଗଳ ଏକ ସିଧା ସରଳରେଖାରେ ଦେଖାଯିବେ । ଗୁରୁମିତ ବେଦୀଙ୍କ ଅନୁଯାୟୀ, ଯେଉଁମାନେ ଏହି ଜ୍ୟୋତିର୍ବିଜ୍ଞାନିକ ଘଟଣା ଏବଂ ସୌର ପ୍ରଣାଳୀରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ଦେଖି ପାରିବେ ନାହଁ । ସେମାନଙ୍କୁ ଆଉ ୧୫ ବର୍ଷ ଅପେକ୍ଷା କରିବାକୁ ପଡିବ । କାରଣ ଏଭଳି ଦୃଶ୍ୟ କେବଳ ପୁଣିଥରେ ୨୦୩୫ ରେ ଦେଖିବାକୁ ମିଳିବ ।

ଆଜି ଆପଣ ନିଜ ଆଖିରେ ସୌର ପ୍ରଣାଳୀରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ଦେଖିପାରିବେ । ସନ୍ଧ୍ୟାରେ ଯେତେବେଳେ ପଶ୍ଚିମ ଦିଗରେ ସୂର୍ଯ୍ୟାସ୍ତ ହେବ ସେତେବେଳେ ପୂର୍ବ ଦିଗରେ ମଙ୍ଗଳ ଉଦୟ ହେବ । ଗୁରୁମିତ ବେଦୀଙ୍କ ଅନୁଯାୟୀ ବିଜ୍ଞାନରେ ଏହି ଘଟଣାକୁ ମାର୍ସ ଆଟ ଅପୋଜିସନ କୁହାଯାଇଥାଏ ।

ଜ୍ୟୋତିର୍ବିଜ୍ଞାନ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ, ପୃଥିବୀ ଏବଂ ମଙ୍ଗଳ ଗ୍ରହର ତିନୋଟି ଗ୍ରହ ଏକ ସରଳ ରେଖାରେ ରହିବା ଏକ ପ୍ରକୃତ ସ୍ମରଣୀୟ ଦିନ । ଏକ ଅଦ୍ଭୁତ ଘଟଣା  ମଙ୍ଗଳ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ଗତି କରିବ ।