କନକ ବ୍ୟୁରୋ: ମୁଗ ଭାଗ ନଆଣିବାରୁ ପୁଅ ବୋହୁଙ୍କୁ ଭୁଜାଲିରେ ହାଣିଲେ ବାପା । କେନ୍ଦ୍ରାପଡା ଆଳିରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଳି ଥାନା ସାନଆଙ୍କୋ ଗାଁର ପଞ୍ଚାନନ ବେହେରା ତାଙ୍କ ବିଲରେ ଭାଗଚାଷ କରିଥିବା ଚାଷୀ ପାଖରୁ ମୁଗ ଭାଗ ଆଣିବା ପାଇଁ ପୁଅ ସହଦେବ ବେହେରାଙ୍କୁ କହିବାରୁ ସେ ମନା କରିଦେଇଥିଲେ । ଯାହାକୁ ନେଇ ପ୍ରଥମେ ବୋହୁ ବାସନ୍ତୀଙ୍କୁ ଭୁଜାଲିରେ ଆକ୍ରମଣ କରିବା ପରେ ତାଙ୍କୁ ବଂଚାଇବା ପାଇଁ ପୁଅ ସହଦେବ ଆସିଥିଲେ । ଫଳରେ ପୁଅ ସହଦେବଙ୍କୁ ମଧ୍ୟ ବାପା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଆଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପଞ୍ଚାନନଙ୍କ ନିକଟରୁ ଆକ୍ରମଣରେ ବ୍ୟବହାର ହୋଇଥିବା ଭୁଜାଲି ଜବତ କରିଛି । ପଞ୍ଚାନନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଆହତ ପୁଅ ବୋହୂଙ୍କୁ ପ୍ରଥମେ ଆଳି ଥାନାରେ ଚିକିତ୍ସା କରାଯିବା ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
କେନ୍ଦ୍ରାପଡା ଆଳିରେ ଅଭାବନୀୟ ଘଟଣା। ମୁଗ ଭାଗ ନଆଣିବାରୁ ବାପା, ପୁଅ-ବୋହୂକୁ ହାଣିଥିବା ଅଭିଯୋଗ।
/kanak/media/post_attachments/wp-content/uploads/2023/05/Screen-Shot-2023-05-05-at-5.41.18-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)