ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁରୁ ଆସିଲା ଅଭାବନୀୟ ଘଟଣା। ସ୍କୁଲ ନ ଯିବାରୁ ନାବାଳକ ପୁଅକୁ ଚେଙ୍କ ଦେଲା ବାପା

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁରୁ ଆସିଲା ଅଭାବନୀୟ ଘଟଣା। ସ୍କୁଲ ନ ଯିବାରୁ ନାବାଳକ ପୁଅକୁ ଚେଙ୍କ ଦେଲା ବାପା

କନକ ବ୍ୟୁରୋ: ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ ଦେଲେ ବାପା । ସାବତ ମାଆଙ୍କ କଥାରେ ଆସି ନିଜ ବାପା ପିଲାଟିକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁରେ ଦେଖିବାକୁ ମିଳିଛି । ଖବରପାଇ ଚାଇଲ୍ଡ ହେଲପଲାଇନ ଓ ପୁଲିସ ପହଁଚି ନାବାଳକୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁସାରେ, ୧୨ ବର୍ଷର ନାବାଳକକୁ ସାବତ ମାଆ ସ୍କୁଲ ଯିବାକୁ ମନା କରିଥିଲେ । ସେଥିପାଇଁ ପୁଅଟି ସ୍କୁଲ ନ ଯାଇ ଘରେ ଥିଲା । ଏହାକୁ ନ ବୁଝି ସାବତ ମାଆ କଥାରେ ବାପା ସୁବାସ ପ୍ରଧାନ ପୁଅକୁ ମାଡ଼ ମାରିଥିବା ଅଭିଯୋଗ କରିଛି ନାବାଳକ । ମାଡ଼ ମାରିବା ସହ ଲୁହା ରଡ଼ରେ ଚେଙ୍କ ଦେଇଥିବା ସେ କହିଛନ୍ତି । ତେବେ ଘଟଣାରେ ବାପା ଓ ସାବତ ମାଆକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe