କନକ ବ୍ୟୁରୋ: ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ ଦେଲେ ବାପା । ସାବତ ମାଆଙ୍କ କଥାରେ ଆସି ନିଜ ବାପା ପିଲାଟିକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁରେ ଦେଖିବାକୁ ମିଳିଛି । ଖବରପାଇ ଚାଇଲ୍ଡ ହେଲପଲାଇନ ଓ ପୁଲିସ ପହଁଚି ନାବାଳକୁ ଉଦ୍ଧାର କରିଛନ୍ତି ।
ସୂଚନା ଅନୁସାରେ, ୧୨ ବର୍ଷର ନାବାଳକକୁ ସାବତ ମାଆ ସ୍କୁଲ ଯିବାକୁ ମନା କରିଥିଲେ । ସେଥିପାଇଁ ପୁଅଟି ସ୍କୁଲ ନ ଯାଇ ଘରେ ଥିଲା । ଏହାକୁ ନ ବୁଝି ସାବତ ମାଆ କଥାରେ ବାପା ସୁବାସ ପ୍ରଧାନ ପୁଅକୁ ମାଡ଼ ମାରିଥିବା ଅଭିଯୋଗ କରିଛି ନାବାଳକ । ମାଡ଼ ମାରିବା ସହ ଲୁହା ରଡ଼ରେ ଚେଙ୍କ ଦେଇଥିବା ସେ କହିଛନ୍ତି । ତେବେ ଘଟଣାରେ ବାପା ଓ ସାବତ ମାଆକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/21_00000-7.jpg)