କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଅହମଦାବାଦ ସିରିଜ ବିସ୍ଫୋରଣରେ ଆଜି ଆସିଛି ବଡ ରାୟ । ୨୨ବର୍ଷ ପୂର୍ବରୁ ଦେଶକୁ ଦୋହଲାଇ ଦେଇଥିବା ସିରିଜ ବିସ୍ଫୋରଣରେ ଦୋଷୀ ୪୯ଜଣଙ୍କୁ ମଧ୍ୟରୁ ୩୮ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅହମଦାବାଦ ସ୍ୱତନ୍ତ୍ର କୋର୍ଟ । ନ୍ୟାୟିକା ଇତିହାସରେ ଏହା ଏକ ବିରଳ ଘଟଣା । ଅନ୍ୟପଟେ ୧୧ଜଣଙ୍କୁ କୋର୍ଟ ଶୁଣାଇଛନ୍ତି ଆଜୀବନ କାରାଦଣ୍ଡ ।

ଅହମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ୧୩ବର୍ଷ ପରେ ଆସିଲା ରାୟ । ୪୯ଜଣ ଦୋଷୀଙ୍କୁ ମିଳିଲା ଦଣ୍ଡ । ଦୋଷୀଙ୍କ ମଧ୍ୟରୁ ୩୮ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅହମଦାବାଦ ସ୍ୱତନ୍ତ୍ର କୋର୍ଟ । ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି କୋର୍ଟ । ଅହମଦାବାଦ ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇବା ବେଳେ ବୋମା ବିସ୍ଫୋରଣ ପୀଡିତଙ୍କ ପାଇଁ କ୍ଷତିପୁରଣ ମଧ୍ୟ ଘୋଷଣା କରିଛନ୍ତି । ଘଟଣାରେ ପ୍ରାଣ ହରାଇଥିବା ୫୬ଜଣଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବିସ୍ଫୋରଣ ମାମଲାରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ବନିଥିଲେ ଓ ୭୭ଜଣଙ୍କ ଉପରେ ଶୁଣାଣୀ କରିଥିଲେ କୋର୍ଟ ।୨୦୨୨ ଫେବୃଆରୀ ୮ ତାରିଖରେ ଅହମ୍ମଦାବାଦ ସ୍ୱତନ୍ତ୍ର କୋର୍ଟ ମାମଲାର ଶେଷ ଶୁଣାଣୀ କରିଥିଲେ । ସ୍ୱତନ୍ତ୍ର କୋର୍ଟର ମୁଖ୍ୟ ବିଚାରପତି ଅମ୍ବାଲାଲ ପଟେଲ ୬ହଜାର ୭୫୨ ପୃଷ୍ଠା ବିଶିଷ୍ଟ ରାୟରେ ୪୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପ୍ରମାଣ ଅଭାବରୁ ୨୮ଜଣ ନିର୍ଦ୍ଦୋଷରେ ଖଲାସା ହୋଇଥିଲେ । ମାମଲାରେ ମେ।।ଟ ୭୮ଜଣ ଅଭିଯୁକ୍ତ ଥିଲେ । ୧୩ବର୍ଷର ଶୁଣାଣୀ ସମୟରେ ମୋଟ ୧୬୬୩ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ୬ହଜାରରୁ ଅଧିକ ପ୍ରମାଣ ଭିତିକ ସାମଗ୍ରୀ କୋର୍ଟରେ ଉପସ୍ଥାପନ କରିଥିଲେ

ବିସ୍ଫୋରଣ ମାମଲାରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ବନିଥିଲେ ଓ ୭୭ଜଣଙ୍କ ଉପରେ ଶୁଣାଣୀ କରିଥିଲେ କୋର୍ଟ । ପ୍ରଥମ ଥର ପାଇଁ ଦେଶରେ ୪୯ଜଣଙ୍କୁ ଏକକାଳୀନି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ଓ ୩୯ଜଣଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ସମସ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୨ ଓ ୟୁଏପିଏ ଲାଗିଛି ।

ଆସନ୍ତୁ ନଜର ପକାଇବା ବିସ୍ଫୋରଣ ଦିନର ଘଟଣାକ୍ରମ ଉପରେ---
ବିସ୍ଫୋରଣର ଘଟଣା କ୍ରମ
. ୨୦୦୮ ମସିହାର ଜୁଲାଇ ୨୬ ତାରିଖ ସଂଧ୍ୟା ୬ଟା ୪୫ରେ ଦୋହଲିଥିଲା ଅହମ୍ମଦାବାଦ
. ଅହମ୍ମଦାବାଦ ମଣିନଗରରେ ଘଟିଥିଲା ପ୍ରଥମ ବିସ୍ଫୋରଣ
. ୭୦ ମିନିଟ ୨୦ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା
. ଘଟଣାରେ ୫୬ଜଣଙ୍କ ମୃତ୍ୟୁ
. ଘଟଣାରେ ୨୦ଜଣ ଗୁରୁତର ଆହତ ହୋଇଥିଲେ ।
.୨୦୦୨ ଗୋଧ୍ରା ଟ୍ରେନ ପୋଡି ଘଟଣାର ପ୍ରତିଶୋଧ ନେବାକୁ ଇଣ୍ଡିଆନ ମୁଜାହିଦ୍ଦିନ ଏପରି କାଣ୍ଡ ଘଟାଇଥିବା ଦାବି କରିଥିଲା

ଘଟଣାର ଛାନଭିନ ପରେ ଜୁଲାଇ ୨୮ରୁ ୩୧ ଭିତରେ ବିଭିନ୍ନ ସ୍ଥାନରୁ ୨୯ଟି ଅଫୁଟା ବୋମା ଜବତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆଦେଶକ୍ରମେ କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମାମଲାର ତଦନ୍ତ କରାଯାଇଥିଲା । କେବଳ ୧୯ଦିନରେ ଏହି ଟିମ ସମ୍ପୂର୍ଣ୍ଣ ମାମଲାର ପର୍ଦ୍ଦାଫାଶ କରିବା ସହ ୨୦୦୮ ଅଗଷ୍ଟ ୧୫ ତାରିଖରେ ପ୍ରଥମ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୧୯ଦିନ ଭିତରେ ମୋଟ ୩୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ମାମଲାରେ ଏବେ ୮ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସିରିୟଲ ବିସ୍ଫୋରଣର ମାମଲର ମାଷ୍ଟରମାଇଣ୍ଡ ୟାସୀନ ଭଟକଲ ଦିଲ୍ଲୀ ଜେଲରେ ଓ ଅବଦୁଲ ଶୁଭାନ ଉର୍ପ ତୌକରୀ କେରଳର କୋଚିନ ଜେଲରେ ବନ୍ଦୀ ଅଛନ୍ତି ।