କନକ ବ୍ୟୁରୋ : ଗରିବ ଗଳିରୁ ଶୁଭୁଛି ରାପ୍ । ବସ୍ତିରେ ବଢୁଛି ରାପରର ସ୍ୱପ୍ନ । ବାଉଶଁ ପଲିଥିନର ଏ ଭଙ୍ଗା ଭିତରେ ରଙ୍ଗୀନ ଭବିଷ୍ୟତର ଅସରନ୍ତି ଆଶା ନେଇ ଆଗକୁ ବଢୁଛନ୍ତି ଯୁବ ରାପର କୃଷ୍ଣ ପଣ୍ଡା । କାଳିଆ ଦୁଆରେ ବସି ଦିନେ ଗୁଣୁଗୁଣାଉଥିବା କୃଷ୍ଣ ଆଗକୁ ସେହି ଜଗାର ଆଶୀର୍ବାଦରେ ପ୍ରସିଦ୍ଧ ରାପର ସେହାର ସ୍ୱପ୍ନ ଦେଖିଛନ୍ତି । ଆଉ ଦାରିଦ୍ରତାର କଷାଘାତ ସତ୍ୱେ ବି ନିଜ ଇଚ୍ଛାକୁ ଉଜ୍ଜିବିତ ରଖିଛନ୍ତି କୃଷ୍ଣ ।
ପୁରୀ ବଳିଆପଣ୍ଡା ବସ୍ତିର କୃଷ୍ଣ କୁମାର ପଣ୍ଡା । ଶ୍ରୀମନ୍ଦିରରେ ଯାତ୍ରୀ ଗୁମାସ୍ତା ଭାବେ କାମ କରନ୍ତି । ବାପା ତାଙ୍କର ବେଳାଭୂମିରେ ଫଟୋଗ୍ରାଫର । ଦାରିଦ୍ରତା ସତ୍ୱେ ଯେତିକି ଯାହା ରୋଜଗାର ହୁଏ ସେତିକିରେ ଚଳନ୍ତି । ହେଲେ କରୋନା କଟକଣା ପାଇଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ କୃଷ୍ଣଙ୍କ ପେଶା ବନ୍ଦ ହୋଇଛି । ଚଳିବାକୁ କଷ୍ଟ ହେଉଥିଲେ ବି କୃଷ୍ଣ ନିଜ ସ୍ୱପ୍ନକୁ ସାକାର କରିବାରେ ହେଳା କରି ନାହାନ୍ତି । କାଳିଆ ଦୁଆରୁ ରାପର ଅଭିଯାନ ଆରମ୍ଭ କରିଥିବା କୃଷ୍ଣ ଏବେ ନିଜ ଯାଦୁଗରୀ ରାପ ଓ ନିଆରା ଷ୍ଟାଇଲ ପାଇଁ ସମସ୍ତଙ୍କୁ କିମିଆ କରୁଛନ୍ତି ।
ବାଇଟ- କୃଷ୍ଣ
ପଙ୍କରୁ ପଦ୍ମ ଫୁଟିବା ପରି ବସ୍ତି ଅଞ୍ଚଳରୁ ନିଜ ପ୍ରତିଭା ଫୁଟାଇଛନ୍ତି କୃଷ୍ଣ । ବଲିଉଡ ଫିଲ୍ମ ଗଲି ବୟରେ ମୁରାଦ ଭୂମିକାରେ ଅଭିନୟ କରୁଥିବା ନାୟକ ରଣବୀର ସିଂହ ଯେମିତି ଗରିବର ଗଳିରେ ବଢି ନିଜକୁ ସଫଳ ରାପର ଭାବେ ପ୍ରତିପାଦିତ କରିଥିଲେ ଠିକ ସେହିପରି ବଳିଆପଣ୍ଡା ବସ୍ତିରେ ରାପରର ସ୍ୱପ୍ନ ନେଇ କସରତ କରୁଛନ୍ତି କୃଷ୍ଣ ।
ଆଗକୁ ପଢନ୍ତୁ
ଓଡିଆ, ହିନ୍ଦୀ, ବେଙ୍ଗଲୀ ଭାଷାରେ ବେସ୍ ଆରାମରେ ରାପ କରୁଥିବା କୃଷ୍ଣ କରୋନା ମହାମାରୀ ଏବଂ ଲକଡାଉନର ଲୁହଭରା କାହାଆଣୀ ଉପରେ ରାପ କରିଛନ୍ତି । ସେହିପରି ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ତାକୁ ନେଇ ମଧ୍ୟ ସୁନ୍ଦର ଭାବେ ରାପ ଗାଇଛନ୍ତି କୃଷ୍ଣ । ଯାହା ସମସ୍ତଙ୍କ ମନକୁ ଛୁଇଁଛି ।
ତେବେ ଆଗାମୀ ଦିନରେ ଓଡିଆ ସଂସ୍କୃତି, ପରମ୍ପରାକୁ ନେଇ ରାପ କରିବାକୁ ଲକ୍ଷ୍ୟ ରଖିଥିବା କୃଷ୍ଣ ମହାପ୍ରଭୁଙ୍କ ଆଶିର୍ବାଦରୁ ଦିନେ ନା ଦିନେ ସେ ସାରା ଭାରତରେ ନାଁ କମାଇବେ ବୋଲି ଆଶା ରଖିଛନ୍ତି ।
Comments are closed.