୪୦ ଫୁଟ ପାଚେରୀ ଡେଇଁ ଜେଲରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ। ସିସିଟିଭିରେ କଏଦ କର୍ଣ୍ଣାଟକ ଦାବଣଗେରେ ସବଜେଲରୁ କଏଦୀ ଫେରାର ଦୃଶ୍ୟ

Advertisment
୪୦ ଫୁଟ ପାଚେରୀ ଡେଇଁ ଜେଲରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ। ସିସିଟିଭିରେ କଏଦ କର୍ଣ୍ଣାଟକ ଦାବଣଗେରେ ସବଜେଲରୁ କଏଦୀ ଫେରାର ଦୃଶ୍ୟ

କନକ ବ୍ୟୁରୋ: ୪୦ ଫୁଟ ପାଚେରୀ ଡେଇଁ ଚମ୍ପଟ ଦୁଷ୍କର୍ମ ଅଭିଯୁକ୍ତ । ସିସିଟିଭିରେ କଏଦ ହେଲା କର୍ଣ୍ଣାଟକ ଦାବଣଗେରେ ସବଜେଲରୁ କଏଦୀ ଫେରାରର ଦୃଶ୍ୟ । ଅଭିଯୁକ୍ତ ଜଣକ ଛୋଟେଇ ଛୋଟେଇ ଫେରାର ହୋଇଯାଉଥିବାର ଦୃଶ୍ୟ କଏଦ ହୋଇଛି । ଅଭିଯୁକ୍ତର ନାଁ ବସନ୍ତ ବୋଲି ଜଣାପଡ଼ିଛି । ପୂର୍ବ ଯୋଜନା ମୁତାବକ କେହି ନଥିବା ବେଳେ କାନ୍ଥ ଉପରକୁ ଉଠିଯାଇଥିଲା । ଏହା ପରେ ୪୦ ଫୁଟ ତଳକୁ ଡେଇଁ ପଡିଥିଲା । ଏହା ପରେ ତଳୁ ଉଠି ଚାଲିବା ତା ପାଇଁ କଷ୍ଟକର ହୋଇପଡ଼ିଥିଲା । ଛୋଟେଇ ଛୋଟେଇ କିଛି ବାଟ ଯାଇଥିଲା । ଘଟଣା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହା ପରେ ତାକୁ କାବୁ କରିନେଇଥିଲା ପୋଲିସ । ମାତ୍ର ଦିନକ ପୂର୍ବରୁ ସେ ଗିରଫ ହୋଇ ଜେଲକୁ ଆସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe