କନକ ବ୍ୟୁରୋ: ୪୦ ଫୁଟ ପାଚେରୀ ଡେଇଁ ଚମ୍ପଟ ଦୁଷ୍କର୍ମ ଅଭିଯୁକ୍ତ । ସିସିଟିଭିରେ କଏଦ ହେଲା କର୍ଣ୍ଣାଟକ ଦାବଣଗେରେ ସବଜେଲରୁ କଏଦୀ ଫେରାରର ଦୃଶ୍ୟ । ଅଭିଯୁକ୍ତ ଜଣକ ଛୋଟେଇ ଛୋଟେଇ ଫେରାର ହୋଇଯାଉଥିବାର ଦୃଶ୍ୟ କଏଦ ହୋଇଛି । ଅଭିଯୁକ୍ତର ନାଁ ବସନ୍ତ ବୋଲି ଜଣାପଡ଼ିଛି । ପୂର୍ବ ଯୋଜନା ମୁତାବକ କେହି ନଥିବା ବେଳେ କାନ୍ଥ ଉପରକୁ ଉଠିଯାଇଥିଲା । ଏହା ପରେ ୪୦ ଫୁଟ ତଳକୁ ଡେଇଁ ପଡିଥିଲା । ଏହା ପରେ ତଳୁ ଉଠି ଚାଲିବା ତା ପାଇଁ କଷ୍ଟକର ହୋଇପଡ଼ିଥିଲା । ଛୋଟେଇ ଛୋଟେଇ କିଛି ବାଟ ଯାଇଥିଲା । ଘଟଣା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହା ପରେ ତାକୁ କାବୁ କରିନେଇଥିଲା ପୋଲିସ । ମାତ୍ର ଦିନକ ପୂର୍ବରୁ ସେ ଗିରଫ ହୋଇ ଜେଲକୁ ଆସିଥିଲା ।