ଜଗାଙ୍କ ସେବାରେ ରାଣୀ। ମଧୁପୁରଗଡ଼ ରାଣୀ କଲେ ଛେରାପହଁରା

419

କନକ ବ୍ୟୁରୋ: ରଥଯାତ୍ରାରେ ଯାଜପୁର ମଧୁପୁର ଗଡରାଣୀ ଅପର୍ଣ୍ଣା ଧୀର ନିଜ ରାଜବଂଶର ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସେବାର ସୁଯୋଗ ପାଇଛନ୍ତି । ଯାଜପୁରରେ ଏବେ ବି ଜଗାସେବାରେ ମହିଳା ସଂପୃକ୍ତ ଅଛନ୍ତି । ମଧୁପୁର ଗଡରାଣୀ ରଥଯାତ୍ରା ସମୟରେ ୧୫ ବର୍ଷ ହେବ ଛେରାପହଁରା କରିଆସୁଛନ୍ତି । ରାଜ୍ୟର ପୁରାତନ ରାଜବଂଶର ଦାୟାଦ ଭାବରେ ରାଜଜେମା ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ ପ୍ରଭୁ ଜଗନ୍ନାଥଙ୍କ ସେବା ବିଗତ କିଛିବର୍ଷ ଧରି କରିଆସୁଛନ୍ତି । ଗଡ ମଧୁପୁରର ରାଜା ବୀରବର କୃଷ୍ଣପ୍ରସାଦ ଧୀର ନରେନ୍ଦ୍ର ସିଂଙ୍କ ୨୦୦୭ରେ ପରଲୋକ ହୋଇଥିଲା । ତାଙ୍କର ଉତ୍ତରାଧିକାରିଣୀ ଭାବେ ତାଙ୍କ ଝିଅ ଅପର୍ଣ୍ଣା ଧୀର ୨୦୦୮ରେ ରାଜଗାଦିରେ ବସିଥିଲେ । ସେହିଦିନଠାରୁ ୧୫ ବର୍ଷ ହେଲା ରଥ ଯାତ୍ରାରେ ଜଗନ୍ନାଥଙ୍କ ଛେରାପହଁରା ସହ ଅନ୍ୟାନ୍ୟ ସେବା କରିଆସୁଛନ୍ତି ରାଣୀ । ରାଣୀଙ୍କ ଛେରାପହଁରା ଦେଖିବାକୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା

କେନ୍ଦୁଝରଗଡ ବଡଦାଣ୍ଡରେ ଗଡିଲା ବିଶ୍ୱର ଉଚ୍ଚତମ ଜଗନ୍ନାଥଙ୍କ ରଥ । ଗୀନିଜ୍ ବୁକ ଅଫ ୱାର୍ଲଡ ରେକର୍ଡସରେ ଏହାକୁ ବିଶ୍ୱର ଉଚ୍ଚତମ ରଥ ଭାବେ ମାନ୍ୟତା ଦିଆଯାଇଛି । ଏଠାରେ ଗୋଟିଏ ରଥରେ ଚତୁର୍ଦ୍ଦାମୂର୍ତି ରଥାରୁଢା ହୋଇଛନ୍ତି । ବଳଦେବଜୀଉ ମନ୍ଦିର ଆଗରେ ଥିବା ରଥରେ ୩ ଠାକୁର ଧାଡିପହଣ୍ଡିରେ ଆସି ୪ଟା ସମୟରେ ରଥାରୁଢ ହୋଇଥିଲେ । କେନ୍ଦୁଝରର ଯୁବରାଜ ଧନୁର୍ଜୟ ନାରାୟଣ ଭଂଜଦେଓ ଛେରାପହଁରା କରିବା ପରେ ଶେଷରେ ସନ୍ଧ୍ୟା ପ୍ରାୟ ୫ଟା ୩୫ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା । ଏଠାରେ ରଥକୁ ଶିଆଳିଲଟାରେ ଟଣାଯିବାର ପରମ୍ପରା ରହିଛି । ଏଥର ପ୍ରଥମ ଥର ଲାଗି ଗୋଟିଏ ଦଉଡି କେବଳ ମହିଳାମାନେ ଟାଣିବାର ବ୍ୟବସ୍ଥା କରାଯାଇଥିଲା । ରଥଟଣା ସମୟରେ ରାଜା, ମହାରାଣୀଙ୍କ ସହ ତାଙ୍କର ପରିବାର ବି ଉପସ୍ଥିତ ଥିଲେ ।

ରଥଟଣା ସମୟରେ ପ୍ରଶାସନର ମାତ୍ରାଧିକ ହସ୍ତକ୍ଷେପ ପ୍ରତିବାଦରେ ସେବାୟତ କିଛି ସମୟ ପାଇଁ ରଥଟଣା ବନ୍ଦ କରିଦେଇଥିଲେ । କିନ୍ତୁ ଆଲୋଚନା ପରେ ରଥଟଣା ହୋଇଥିଲା ।