କନକ ବ୍ୟୁରୋ : ହମାସ- ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ ହୋଇଛି । କିନ୍ତୁ ଭାରତ ଏହି ପ୍ରସଙ୍ଗରେ ଭୋଟ ଦେବାରୁ ନିବୃତ ରହିଛି । ଜାତିସଂଘରେ ଥିବା ମୋଟ ୧୯୩ ଦେଶ ମଧ୍ୟରୁ ୧୨୦ ଦେଶ ଯୁଦ୍ଧ ବନ୍ଦ ଉପରେ ମତଦାନ କରିଥିବା ବେଳେ ୧୪ ଦେଶ ଏହା ବିରୋଧରେ ଭୋଟ ଦେଇଛନ୍ତି । ଭାରତ ସମେତ ୪୫ ଦେଶ ଭୋଟ ଦେବାରୁ ନିବୃତ ରହିଛନ୍ତି ।

Advertisment

ସେପଟେ ଗାଜାରେ ପ୍ରବେଶ କରି ଆକ୍ରମଣ କରୁଛି ଇସ୍ରାଏଲ ସେନା । ହମାସ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ ଥିବା କହିଛି । ଇସ୍ରାଏଲରେ ରକେଟ ମାଡରେ ଗାଜାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଆକ୍ରମଣରେ ମୋଟ ଗାଜାରେ ୭ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଗାଜାରେ ଇଂଟରନେଟ ଏବଂ ମୋବାଇଲ ନେଟୱାର ଶୁକ୍ରବାର ପୁରା ବନ୍ଦ ହୋଇଯାଇଛି ।