କନକ ବ୍ୟୁରୋ : ପ୍ରତିଟି ବଡ଼ କ୍ରୀଡ଼ା ଉତ୍ସବରେ ନିଜକୁ ନିଆରା ଢଙ୍ଗରେ ସାମିଲ କରୁଥିବା କେରଳର ଜଣେ ଇତିହାସ ବିଭାଗ ପ୍ରଫେସର ଏମସି ବଶିଷ୍ଟ ଆଗାମୀ କ୍ରିକେଟ୍ ବିଶ୍କପ୍ ପାଇଁ ଭାରତୀୟ ଦଳକୁ ସଂଗୀତରେ ଶୁଭେଚ୍ଛା ଜଣାଇଛନ୍ତି । ବଶିଷ୍ଟ ନିଜେ ଗୀତ ରଚନା କରିଥିବା ବେଳେ ତାଙ୍କର ଦୁଇ ଛାତ୍ର ସାଇ ଗିରିଧର ଏବଂ ସୁପର୍ଣ୍ଣା ନିର୍ଦେଶନା ଦେଇଛନ୍ତି । ଗିରିଧର ଗୀତଟିକୁ ଗାଇଛନ୍ତି । ଭାରତୀୟ ଦଳକୁ ଶୁଭେଚ୍ଛା ପ୍ରଦାନ କରିବାରେ ଏହି ଗୁରୁ-ଶିଷ୍ୟ ପରମ୍ପରା ଏକ ନୂତନ ଧାରା ଆଣିଛି ବୋଲି ବଶିଷ୍ଟ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କୋଝିକୋଡସ୍ଥିତ ମାଲାବର ଖ୍ରୀଷ୍ଟିଆନ୍ କଲେଜର ଇତିହାସ ବିଭାଗ ସହକାରୀ ପ୍ରଫେସର ଶ୍ରୀ ବଶିଷ୍ଟ ବିଗତ ଦୁଇ ଦଶନ୍ଧୀ ଧରି କ୍ରିକେଟ, ହକି, ଫୁଟବଲ୍ ବିଶ୍ବକପ୍ ବେଳେ ପୋଷ୍ଟର, ସଂଗୀତ ଏବଂ ଭିଡିଓ ଆଦି ଅଭିଯାନ କରି ଆସୁଛନ୍ତି । କାଲିକଟରେ ସଚିନ ତେନ୍ଦୁଲକରଙ୍କ ଉପରେ ଆଧାରିତ ଏକ ସଂଗ୍ରହାଳୟରେ ମଧ୍ୟ ବହୁ ପୁସ୍ତକ, କ୍ରିକେଟ୍ ସଂରଞ୍ଜାମ ସାଇତି ରଖି ବିରଳ ପ୍ରୟାସ କରିଛନ୍ତି ।