କନକ ବ୍ୟୁରୋ: କେତେ ନିଷ୍ଠୁର ଦୁର୍ଘଟଣାର ସେଇ ଦୁଃସମୟ । କେତେ କଷ୍ଟଦାୟ କରମଣ୍ଡଳର ସେହି କାଳରାତି । ସେ କଥା ବୟାନ କରିବା ସମ୍ଭବ ନୁହେଁ । ମହମ୍ମଦ ଅର୍ମନ୍। ହାୱଡା ଟିକେପାଲରେ ଘର। ଆଜିକୁ ୧୫ ବର୍ଷ ହେଲାଣି ଟ୍ରେନ ପ୍ୟାଣ୍ଟ୍ରିକାରରେ ଚା ବିକ୍ରି କରିଆସୁଥିଲେ। ଘରେ ବାପା, ମା, ସ୍ତ୍ରୀ ଅଞ୍ଜୁମ।ନ୍ ଯେ କି ଗର୍ଭବତୀ ଅଛନ୍ତି, ପୁଅ ଓ ଭାଇ ଭଉଣୀ। ବଡ଼ ପରିବାରର ସବୁ ଦାୟିତ୍ଵ ଅର୍ମ।ନଙ୍କ ମୁଣ୍ଡରେ । ସବୁଦିନ ଭଳି ସେଦିନ ବି ନମାଜ ପଢ଼ିବା ପରେ କରମଣ୍ଡଳ ଟ୍ରେନରେ ଚଢିଥିଲେ ଆର୍ମ।ନ୍ । ଦୁର୍ଘଟଣା ପରେ ରାତିରେ ଏକ ଅଜଣା ନମ୍ବରରୁ ସ୍ତ୍ରୀ ଅନଜୁମାରଙ୍କୁ କଲ ଆସିଥିଲା । ଅଜାଣତରେ କଲ କରିପାରି ନଥିଲେ। ସକାଳେ ପୁଣି ସେଇ ନମ୍ବରରୁ କଲ ଆସିଥିଲା । ଆଉ ଏଇ କଲରେ କେହି ଜଣେ କହିଲେ ଅର୍ମ।ନଙ୍କ ମୃତ୍ୟୁ ହୋଇଯାଇଛି । ପ।ଦତଳୁ ମାଟି ଖସି ଯାଇଥିଲା ସ୍ତ୍ରୀଙ୍କର । ପ୍ରଥମେ ବିଶ୍ୱାସ ହେଲାନି। କେମିତି ଜାଣିଲ ପଚାରିବାରୁ ଅର୍ମାନଙ୍କ ଆଇଡି କାର୍ଡରେ ଘର ନମ୍ବର ଥିଲା ବୋଲି କହିଥିଲେ ଫୋନ କରିଥିବା ବ୍ୟକ୍ତି । ଆଜି ଅନୁକମ୍ପା ରାଶି ମିଳିଛି ଅଞ୍ଜୁମାନଙ୍କୁ। ହେଲେ କେମିତି ବିନା ବାପରେ ପୁଅକୁ ମଣିଷ କରିବେ ଆଉ କେମିତି ବୁଝାଇବେ ଜନ୍ମ ହେଇନଥିବା ସେଇ ଶିଶୁକୁ ଯେ ତା ବାପା ଆଉ ଦୁନିଆରେ ନାହାନ୍ତି ବୋଲି ସେଇ ଚିନ୍ତାରେ ବହୁନି ବାହୁନି କାନ୍ଦୁଛନ୍ତି ଅଞ୍ଜୁମ।ନ୍ ଓ ମା।
ସ୍ୱାମୀ ମୃତ୍ୟୁର ସହାୟତା ରାଶି ନେବାକୁ ପଶ୍ଚିମବଙ୍ଗରୁ ଆସିଛନ୍ତି ଗର୍ଭବତୀ ସ୍ତ୍ରୀ, ପାଖରେ ଅଛି କୁନି ପୁଅ
Advertisment
Follow Us