କନକ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ । ଆସିପାରିଲା ନାହିଁ ଆମ୍ବୁଲାନ୍ସ । ନଇ ପାଣିରେ ପଶି, ରାସ୍ତା ଚାଲିଲେ ଗର୍ଭବତୀ । ୨ ଜଣ ମହିଳା ୨ କିଲୋମିଟର ରାସ୍ତା ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଗଲେ । ହେଲେ ଫୋନ ପରେ ବି ଠିକ୍ ସମୟରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ତେଣୁ ରାସ୍ତା କଡରେ ବସି ରହିଥିଲେ ଆସନ୍ନ ପ୍ରସବା ।

Advertisment

ପ୍ରାୟ ୫ ଘଣ୍ଟା କାଳ ଯନ୍ତ୍ରଣାରେ ଛଟପଟ ହେବା ପର ପହଞ୍ଚିଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ବସି ଡାକ୍ତରଖାନାରେ ପହଞ୍ଚିଥିଲେ । ଜନନୀ ଯନ୍ତ୍ରଣାର ଏଭଳି ଖବର ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦୁର୍ଗମ କହ୍ନେଇଗୋଳା ଗାଁରୁ । ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଛି ଏହି ଅଞ୍ଚଳ । ଆଉ ବର୍ତମାନ ସାମ୍ନାକୁ ଆସିଥିବା ଦୃଶ୍ୟ ଗାଁ ବିକାଶର ଏକ ମାତ୍ର ବିକଳ ଚିତ୍ର । ଆହୁରି ଅନେକ ସମସ୍ୟା ରହିଛି ଏଠାରେ ।