ମମିତା ମୃତ୍ୟୁ : ହତ୍ୟା ପାଇଁ ପୂର୍ବରୁ ହୋଇଥିଲା ଷଡଯନ୍ତ୍ର ! ଫୋନ କରି ମମିତାଙ୍କୁ ଘରୁ ଡକାଯାଇଥିଲା

228

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଗୋବିନ୍ଦ ଏବଂ ଡ୍ରାଇଭରକୁ ପଚାରାଉଚରା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ । ମମିତାଙ୍କୁ ଫୋନ କରି ଡକାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମମିତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡଯନ୍ତ୍ର ହୋଇଥିଲା । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡକାଯାଇଥିଲା । ଆଉ ଅଧା ରାସ୍ତାରୁ ମମିଲାଙ୍କୁ ଆଣିଥିଲେ ଗୋବିନ୍ଦ । ଗୋବିନ୍ଦ ଏବଂ ଡ୍ରାଇଭରକୁ ଜେରା ସମୟରେ ସତ ମାନିଛନ୍ତି । ୭ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ କହିଥିଲେ ଗୋବିନ୍ଦ । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡାଯାଇଥିଲା । ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଜଥେଷ୍ଟ ପରିମାଣରେ ଲୁଣ ଦିଆଯାଇଥିଲା । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି ।