କନକ ବ୍ୟୁରୋ: ପିଲାଙ୍କ ପାଠ ପଢ଼ା ପାଇଁ ଜମି ଦେଇଦେଲେ ଜଣେ ଦରଦୀ ଚାଷୀ । ନିଜର ୫ ଏକର ଜମି ସେ କଲେଜ ତିଆରି ପାଇଁ ଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ବରଗଡ଼ ଅଂଚଳର ଏହି ଚାଷୀ ଜଣଙ୍କ ଏବେ ସ୍ଥାନୀୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ସେବା କରି ଚର୍ଚ୍ଚାକୁ ଆସିଛନ୍ତି ଚାଷୀ ମାୟାଧର ପୋଢ଼ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କଟାପାଲି ଗାଁରେ ମାୟାଧରଙ୍କ ଘର । ଗାଁରେ ଏକ କଲେଜ ନିର୍ମାଣ ପାଇଁ ସେ ନିଜର ୫ ଏକର ଜମି ଦାନ କରିଛନ୍ତି । ୨୦୧୬ରୁ ଏଠାରେ ଲଳିତାଦେବୀ ଯୁକ୍ତ ଦୁଇ କଲେଜ ଗଢ଼ି ଉଠିଥିବା ବେଳେ ବର୍ତମାନ ୨୫୬ ଛାତ୍ରୀ ପାଠ ପଢ଼ୁଛନ୍ତି । ଚାଷୀ ମାୟାଧରଙ୍କ ଅବଦାନ ଏତିକିରେ ସୀମିତ ନାହିଁ । ସେ ପ୍ରତିଦିନ କଲେଜ ଖୋଲିବା ପୂର୍ବରୁ କଲେଜ ପରିସରରେ ନିଜେ ଲଗାଇଥିବା ଗଛର ଯତ୍ନ ନିଅନ୍ତି । କଲେଜ ପରିସରକୁ ସଫା ସୁତରା ରଖନ୍ତି । ପିଲାଙ୍କ ସୁବିଧା ଅସୁବିଧା ବୁଝି ଘରକୁ ଫେରନ୍ତି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ସାରା ଅଂଚଳ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ।
ଯୁବାବସ୍ଥାରେ ପୁଅ ଆରପାରିକୁ ଚାଲିଯିବା ପରେ ମାୟାଧରଙ୍କ ପରିବାର କହିଲେ ସେ ଏବଂ ତାଙ୍କର ଦୁଇ ପତ୍ନୀ । ତେଣୁ କଲେଜ ଛାତ୍ରୀଙ୍କୁ ସେ ନିଜ ଝିଅ ଭଳି ସ୍ନେହ ଶ୍ରଦ୍ଧା କରନ୍ତି । କଲେଜ ଅଧ୍ୟପକ, ଅଧ୍ୟାପିକା ଓ ଛାତ୍ରୀ ମାନେ ତାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ନିଃଶ୍ୱାର୍ଥପରତା ଭୂୟସୀ ପ୍ରଶଂସା କରୁଛନ୍ତି ।
ଅନ୍ୟପଟେ ଝାଟି ମଟିର ଏହି ଖପର ଘରେ ରହୁଥିବା ମାୟାଧରଙ୍କ ପରିବାର ଚାଷବାସରୁ ଯାହା ମିଳେ ସେଇଥିରେ ଚଳନ୍ତି । କଲେଜର ଉନ୍ନତି ବ୍ୟତିତ ନିଜ ପାଇଁ କେବେ କିଛି ଆଶା କରିନାହାନ୍ତି ମାୟାଧର ।