ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ପୁଲିସ କର୍ମଚାରୀ ନିଲମ୍ବିତ। ବଘିଆପଡା ଫାଣ୍ଡି ଅଧିକାରୀ ଫାଣ୍ଡି ଅଧିକାରୀଙ୍କ ସହ ୨ କନେଷ୍ଟବଳ ନିଲମ୍ବିତ।

ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ପୁଲିସ କର୍ମଚାରୀ ନିଲମ୍ବିତ। ବଘିଆପଡା ଫାଣ୍ଡି ଅଧିକାରୀ ଫାଣ୍ଡି ଅଧିକାରୀଙ୍କ ସହ ୨ କନେଷ୍ଟବଳ ନିଲମ୍ବିତ।

କନକ ବ୍ୟୁରୋ: ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତି ନେଇ ପୁଲିସ କର୍ମଚାରୀ ନିଲମ୍ବିତ । ବୌଦ୍ଧରେ ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ବଘିଆପଡା ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ଗତ ୧୬ରେ ଜଣେ ଗଞ୍ଜେଇ ବେପାରୀକୁ ଏକ ବାଇକ ସହ ଧରିଥିବା ବେଳେ ତାଠାରୁ ୧୬ କେଜି ଗଞ୍ଜେଇ ଜବତ କରିଥିଲେ । ତେବେ ଜବତ କରାଯାଇଥିବା ବାଇକ୍ ଓ ଗଞ୍ଜେଇକୁ ନିଜ ସରକାରୀ କ୍ୱାର୍ଟରରେ ରଖିଦେଇଥିଲେ । ଏପରିକି ଗଞ୍ଜେଇ ବେପାରୀ ସହ ଡିଲ କରି ଅଭିଯୁକ୍ତକୁ ଛାଡି ଦେଇଥିବା ହୋଇଥିଲା ଅଭିଯୋଗ ।

ଘଟଣା ସମ୍ପର୍କରେ ବୌଦ୍ଧ ଏସପିଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ଘଟଣା ତଦନ୍ତ କରାଯିବା ପରେ ସରକାରୀ କ୍ୱାର୍ଟରରୁ ବାଇକ୍ ସହ ସମସ୍ତ ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ବେପାରୀ ସହ ଡିଲ୍ କରି ମିଶିଥିବାରୁ ଫାଣ୍ଡି ଅଧିକାରୀଙ୍କ ସହ ଦୁଇ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe