କନକ ବ୍ୟୁରୋ: ଜରିମାନା ଦେଲେ ପୋଲିସ ବାବୁ । ହେଲମେଟ୍ ପିନ୍ଧି ନଥିବାରୁ ୧୦୦ ଟଙ୍କା ଜରିମାନା ଗଣିବାକୁ ପଡିଛି ପୋଲିସ ବାବୁ ଜଣଙ୍କୁ । ଘଟଣାଟି ଏମିତି । ସମ୍ବଲପୁର ଅଇଁଠାପାଲି ଛକରେ ଶୁକ୍ରବାର ପୋଲିସ ପକ୍ଷରୁ ହେଲମେଟ୍ ଯାଂଚ କରାଯାଉଥିଲା । ଆଉ ଏହି ପୋଲିସ ବାବୁ ଜଣକ ବିନା ହେଲମେଟରେ ଆସୁଥିଲେ । ଚେକିଂ କରୁଥିବା ପୋଲିସମାନେ ମଧ୍ୟ ନିଜ ଜାତିଭାଇ ବୋଲି ଅନୁକମ୍ପା ଦେଖାଇ ଛାଡି ଦେଇଥିଲେ । ହେଲେ ହେଲମେଟ୍ ନପିନ୍ଧି ଜରିମାନା ଦେଉଥିବା ଅନ୍ୟ ଦୁଇଜଣ ଯୁବକ ଏହା ହଜମ କରିପାରି ନଥିଲେ ।
ଏହି ଘଟଣାକୁ ମୋବାଇଲ ଫୋନରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ । ଏହି ଭିଡିଓଟି ଭାଇରାଲ ହେବା ସହ ପୋଲିସର ପକ୍ଷପାତିତା ବିରୋଧରେ ଅନେକ କମେଂଟ୍ ମିଳିଥିଲା । ଶେଷରେ ଏହି ଖବର ଓ ଭିଡିଓ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପହଂଚିଥିଲା । ଆଉ ନିଜ ବିଭାଗର ବଦନାମିକୁ ରୋକିବା ପାଇଁ ପଦକ୍ଷେପ ନେଇଥିଲା ସମ୍ବଲପୁର ପୋଲିସ । ଆଉ ହେଲମେଟ୍ ନପିନ୍ଧି ଛାଡ ପାଇଥିବା ପୋଲିସ ବାବୁଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ଏସପି ସଞ୍ଜିବ ଆରୋରା ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-07-at-12.22.56-PM.png)