ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ପୋଲିସ ଇନ୍ସପେକ୍ଟର। କୋରାପୁଟ ପୋଲିସ ମୁଖ୍ୟାଳୟରୁ ଆସିଲା ଅଭାବନୀୟ ଖବର

ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ପୋଲିସ ଇନ୍ସପେକ୍ଟର। କୋରାପୁଟ ପୋଲିସ ମୁଖ୍ୟାଳୟରୁ ଆସିଲା ଅଭାବନୀୟ ଖବର

କନକ ବ୍ୟୁରୋ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ପୋଲିସ ଇନ୍ସପେକ୍ଟର । କୋରାପୁଟ ପୋଲିସ ମୁଖ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଖବର । ସକାଳ ପ୍ରାୟ ୧୧ଟା ୪୦ ବେଳେ କାର୍ଯ୍ୟାଳୟ ଭିତରେ କାର୍ଯ୍ୟରତ ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ହଠାତ୍ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଥିବା ସୁରକ୍ଷାକର୍ମୀ ସ୍ତବ୍ଧ ହୋଇଯାଇଥିଲେ ।

ଗୁଳିଟି ତାଙ୍କ ବାମ ପଟ ମୁହଁରେ ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ନରେନ୍ଦ୍ର ବିଶ୍ୱାଳ ନିଜକୁ କାହିଁକି ଗୁଳି ମାରିଲେ, ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଏସପି ଉପସ୍ଥିତି ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe