କନକ ବ୍ୟୁରୋ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ପୋଲିସ ଇନ୍ସପେକ୍ଟର । କୋରାପୁଟ ପୋଲିସ ମୁଖ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଖବର । ସକାଳ ପ୍ରାୟ ୧୧ଟା ୪୦ ବେଳେ କାର୍ଯ୍ୟାଳୟ ଭିତରେ କାର୍ଯ୍ୟରତ ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ହଠାତ୍ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଥିବା ସୁରକ୍ଷାକର୍ମୀ ସ୍ତବ୍ଧ ହୋଇଯାଇଥିଲେ ।
ଗୁଳିଟି ତାଙ୍କ ବାମ ପଟ ମୁହଁରେ ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ନରେନ୍ଦ୍ର ବିଶ୍ୱାଳ ନିଜକୁ କାହିଁକି ଗୁଳି ମାରିଲେ, ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଏସପି ଉପସ୍ଥିତି ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/Screen-Shot-2023-07-26-at-3.02.43-PM.jpg)