ନବରଙ୍ଗପୁରରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର : ବେସରକାରୀ କଂପାନୀରୁ ଧାନ ବିହନ କିଣି ଚାଷୀ ହତାଶ; ଉମରକୋଟରେ ସୁନା ଫସଲ ଜାଗାରେ ବାହାରିଲା ଫମ୍ପା ଧାନ

101

କନକ ବ୍ୟୁରୋ : ଧୋକାଦେଲା ବିହନ । ସୁନାର ଫସଲ ଜାଗାରେ ଫମ୍ପା ହେଲା ଧାନ । ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ଉମରକୋଟରେ । ବେସରକାରୀ କମ୍ପାନୀରୁ ଧାନ ବିହନ କିଣି ହତାଶ ହୋଇଛନ୍ତି ଚାଷୀ । ବିହନ କିଣିବା ସମୟରେ ଏକ ବେସରକାରୀ କମ୍ପାନୀ ଚାଷୀଙ୍କୁ ହାଇବ୍ରିଡ ବିହନ ଦେଇଥିଲା । ଏହାକୁ କିଣିବା ସମୟରେ ଏକର ପ୍ରତି ୩୦ରୁ ୩୫ କ୍ୱିଂଟାଲ ଧାନ ବାହାରିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ ।

ତେବେ ବର୍ତ୍ତମାନ ଫସଲ ଅମଳବେଳକୁ ୫ କ୍ୱିଂଟାଲ ଧାନ ବାହାରିବା ମୁସ୍କିଲ ବୋଲି କହିଛନ୍ତି ଚାଷୀ । ସଂପୃକ୍ତ କମ୍ପାନୀର ମ୍ୟାନେଜରଙ୍କୁ ଡାକିବାରୁ ସେ ମୋବାଇଲ ସୁଇଚ ଅପ୍ କରି ଦେଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ବର୍ତ୍ତମାନ ଋଣ କିଭଳି ସୁଝିବେ ସେ ନେଇ ଚିନ୍ତାରେ ଅଛନ୍ତି ଚାଷୀ । ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି ବ୍ୟବସ୍ଥା ନାହିଁ କହି ଦୋଷ ଖସାଇଦେଇଛନ୍ତି ଅତିରିକ୍ତ କୃଷି ଅଧିକାରୀ ।