ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ପ୍ରସବ ଯନ୍ତ୍ରଣା ହେବାରୁ କାଶୀପୁରରେ ଖଟିଆରେ ବୁହା ହେଲେ ରୋଗୀ

59

କନକବ୍ୟୁରୋ:ଉପାନ୍ତରେ କେବେ ସୁଧୁରିବ ସ୍ୱାସ୍ଥ୍ୟ ସେବା । କାଶୀପୁରରେ ଖଟିଆରେ ବୁହା ହୋଇଛନ୍ତି ରୋଗୀ । ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରୁନି ଆମ୍ବଲାନ୍ସ । ତେଣୁ ରୋଗୀଙ୍କ ପରିବାର ଲୋକେ ଖଟିଆରେ ବୋହି ନେଇଛନ୍ତି । ଅଡ଼ାଜୋର ପଂଚାୟତ ଜାନି ସାହିର କୁନୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯେଗାଯୋଗ କରିଥିଲେ ପରିବାର ଲୋକ ।

କିନ୍ତୁ ସାହିକୁ ଯିବାକୁ ରାସ୍ତା ନଥିବାରୁ ସ୍ଥାନୀୟ ଆଶାଦିଦି ଓ ଅଙ୍ଗନବାଡ଼ି କର୍ମୀ ସବିତାଙ୍କୁ ଖଟିଆରେ ଅଧକିଲୋମିଟର ବୋହି ଆମ୍ବୁଲାନ୍ସ ଯାଏ ନେଇଥିଲେ । ପରେ ତାଙ୍କୁ କାଶୀପୁର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖାଲି ଏହି ଗୋଟିଏ ଘଟଣା ନୁହେଁ କାଶୀପୁରରେ ଅନେକ ଗାଁକୁ ରାସ୍ତା ନଥିବାରୁ ସମସ୍ୟା ଭୋଗୁଛନ୍ତି ରୋଗୀ ଓ ଗର୍ଭବତୀ ।