କନକ ବ୍ୟୁରୋ : ଆକାଶ ମାର୍ଗରୁ ଆସିଲା ମାଲକାନଗିରି ଜିଲ୍ଲା ମୋଟୁ ଭୟଙ୍କ ବନ୍ୟାଂଚଳର ଚିତ୍ର । ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସାବେରୀ ଓ ସିଲେରୁ ନଦୀ । ଚାରିଆଡେ ପାଣି ଭର୍ତି ହୋଇ ରହିଛି । ବର୍ତମାନର ସ୍ଥିତି ଏଭଳି ରହିଛି କେଉଁଠି ରାସ୍ତା, କେଉଁଠି ପୋଖରୀ, କେଉଁଠି ଚାଷ ଜମି ଜଣା ପଡୁନାହିଁ । ରାସ୍ତା ଉପରେ ଡଙ୍ଗା ଚାଲୁଛି ।
ଲୋକେ ଡଙ୍ଗା ସହାଯ୍ୟରେ ଘରକୁ ଯିବା ଆସିବା କରୁଛନ୍ତି । ମୋଟୁ, ମୁଗି ପଏଂଟ, ମୁରଳିଗୁଡା, ବିନାୟକପୁର ଆଦି ଗାଁରେ ବେଳକୁ ବେଳ ବନ୍ୟା ସ୍ଥିତି ସଂଗୀନ ହେଉଥିବା ଦେଖିବାକୁ ମିଳିଛି । ଆକାଶ ମାର୍ଗରୁ ଆସିଥିବା ଏହି ଚିତ୍ର ଦେଖି ଆପଣମାନେ ଏଠାକାର ଲୋକଙ୍କ ସମସ୍ୟା ଅନୁମାନ କରିପାରୁଥିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/5-12.jpg)