ଗଞ୍ଜାମରୁ ଆସିଲା ଦୁର୍ଘଟଣାର ଛାତିଥରା ଚିତ୍ର। ବାଇକ୍ ଚକା ସ୍ଲିପ କରିବାରୁ ବସ୍ ଚକା ତଳେ ଚାଲିଗଲା ଜୀବନ।

4,741

କନକ ବ୍ୟୁରୋ: ରାସ୍ତାରେ ଗାଡ଼ି ଚଳାଇବା ବେଳେ ଆପଣ ରଙ୍ଗରୁଟରେ ଯାଉଛନ୍ତି କି? ତେବେ ବେଳ ଥାଉ ଥାଉ ସାବଧାନ ହୋଇଯାଆନ୍ତୁ । କାହିଁକି ନାଁ କେତେବେଳେ ଆପଣଙ୍କ ସାଥିରେ ବି ଘଟିପାରେ ଦୁର୍ଘଟଣା । ଜଲଦି ଯାଉ ଯାଉ ଚାଲିଯିବ ଅକାଳରେ ଜୀବନ । ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କେଶପୁର ଠାରେ ଏଭଳି ଦୁର୍ଘଟଣା ଘଟିଛି । ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ମୃତ ଯୁବକ ହେଲେ ଶ୍ରୀକୃଷ୍ଣଶରଣପୁର ଗାଁର ରାମ ନାହା । ରଙ୍ଗରୁଟ ଯିବା ବେଳେ ଯୁବକଙ୍କ ବାଇକ ସ୍ଲିପ ହୋଇଯାଇଥିଲା । ସାମ୍ନାରୁ ଆସୁଥିବା ବସ ଚକା ତଳେ ଯୁବକ ଜଣଙ୍କ ପଡ଼ିଯାଇଥିଲେ । ଯୁବକଙ୍କ ଉପରେ ଚଢ଼ିଗଲା ବସ୍ ।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । ରଙ୍ଗରୁଟର ଯାଉଥିବା ବେଳେ ଘଟିଯାଇଥିଲା ଅଘଟଣା । ରାମଙ୍କ ମୃତ୍ୟୁ ଖବର ପାଇଁ ପରିବାର ଲୋକ ଦୁଃଖର ଭାଙ୍ଗିପଡ଼ିଛନ୍ତି । ଭେଣ୍ଡା ପୁଅକୁ ହରାଇ ଭାଙ୍ଗିପଡ଼ିଛି ପରିବାର । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।