ଯାଜପୁରରୁ ଆସିଲା ଶ୍ରମିକ ଶୋଷଣର ଚିତ୍ର : ୭ ମାସ ହେଲା କଂପାନୀ କର୍ମଚାରୀଙ୍କୁ ଦେଉନି ଦରମା;  ପ୍ରତିବାଦରେ ବାଲେଶ୍ୱର ଆଲଏଜ୍ କମ୍ପାନୀ ଆଗରେ ଧାରଣାରେ ଶହ ଶହ ଶ୍ରମିକ ଓ କର୍ମଚାରୀ

103

କନକ ବ୍ୟୁରୋ : ଯାଜପୁର କାଳିଆପାଣି ଅଂଚଳରେ ବାଲେଶ୍ୱର ଆଲଏଜ୍ ଆଗରେ ଶ୍ରମିକଙ୍କ ଧାରଣା ଓ ପ୍ରତିବାଦ । ୭ ମାସ ହେବ ଶ୍ରମିକ ଓ କର୍ମଚାରୀଙ୍କୁ କଂପାନୀ ଦରମା ଦେଇନଥିବା ଅଭିଯୋଗରେ ଏବେ ଆନ୍ଦୋଳନର ବାଟକୁ ବାଛି ନେଇଛନ୍ତି ଶ୍ରମିକମାନେ । ଶ୍ରମିକଙ୍କ ଅଭିଯୋଗ ଅନୁସାରେ କଂପାନୀ ସେମାନଙ୍କୁ ଗତ ୭ ମାସର ଦରମା ଦେଇନାହିଁ । ଦେଢ ବର୍ଷ ଧରି ଇପିଏଫ୍ ରାଶି ସେମାନଙ୍କ ଖାତାରେ ଡିପୋଜିଟ୍ ହୋଇନି । ଫଳରେ କରୋନା କାଳରେ ଶ୍ରମିକ ଓ କର୍ମଚାରୀ ଅନେକ ସମସ୍ୟାର ଶିକାର ହେଉଛନ୍ତି ।

ସୁକିନ୍ଦା ଅଂଚଳ କ୍ରୋମାଇଟ୍ ଖାଦାନା ମଜଦୁର ସଂଘ ନେତୃତ୍ୱରେ ଶ୍ରମିକ ଓ କର୍ମଚାରୀ କଂପାନୀର ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ଜାରି ରଖିଛନ୍ତି । ଦାବି ପୂରଣ ନହେବା ଯାଏଁ ଏହା ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଶ୍ରମିକ । ସେପଟେ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଏବଂ ସଂପୃକ୍ତ ଖଣି ସଂସ୍ଥା ସହିତ ଆଲୋଚନା କରାଯାଉଥିବା କହିଛନ୍ତି କଳିଙ୍ଗନଗର ଉପଜିଲ୍ଲାପାଳ ।