ଏମିତି ବିି ଆସେ ମୃତ୍ୟୁ! ଘର ଭିତରେ ମାଡିଗଲା ପିକଅପ ଭ୍ୟାନ: ୨ ଶିଶୁ ମୃତ, ୪ ଗୁରୁତର

ନବରଙ୍ଗପୁର ଚାନ୍ଦହାଣ୍ଡି ଝରାବହାଲ ଗାଁରେ ଦୁର୍ଘଟଣା

342

କନକ ବ୍ୟୁରୋ: ଘର ଭିତରକୁ ମାଡିଗଲା ପିକଅପ ଗାଡି । ୪ ଶିଶୁଙ୍କ ସମେତ ୬ ଜଣ ଏଥିରେ ଗୁରୁତର ହୋଇଥିବା ବେଳେ ୨ ଜଣ ଶିଶୁର ମୃତ୍ୟୁ ହୋଇଛି । ୨ ଜଣ ଶିଶୁଙ୍କର ବୟସ ରହିିଛି ୭ ଓ ୯ ବର୍ଷ । ଏକ ମାଲ ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଘର ଭିତରକୁ ପଶିଯିବାରୁ ଏଭଳି ଦୁର୍ଘଟଣା ଘଟିଛି ।

ନବରଙ୍ଗପୁର ଚାନ୍ଦହାଣ୍ଡି ବ୍ଲକର ଝରାବହାଲ ଗାଁର ଦୁଷ୍ମନ୍ତ ଜଗତ ସବୁ ଦିନ ଭଳି ପିକଅପ ଭ୍ୟାନରେ ଆଳୁ, ପିଆଜ, ହଳଦି ଧରି ହାଟକୁ ବାହାରିଥିଲେ । ତେବେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଡ୍ରେନକୁ ଅତିକ୍ରମ କରି ରାସ୍ତାଠୁ କିଛି ଦୂରରେ ଥିବା ଏକ ଘରକୁ ପଶିଯାଇଥିଲା ।ଫଳରେ ୬ ଜଣ ଗୁରୁତର ଆହତ ହୋଇଥବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଶିଶୁର ମୃତ୍ୟୁ ହୋଇଛି ।