୫୦୦ ଟଙ୍କିଆ ନୋଟ୍ ଗଦା ଉପରେ ଶୋଇଛନ୍ତି ନେତା । ଫଟୋ ଭାଇରାଲ ହେବା ପରେ ସରକାରଙ୍କୁ ଘେରିଲେ ବିରୋଧୀ ।

Advertisment
୫୦୦ ଟଙ୍କିଆ ନୋଟ୍ ଗଦା ଉପରେ ଶୋଇଛନ୍ତି ନେତା । ଫଟୋ ଭାଇରାଲ ହେବା ପରେ ସରକାରଙ୍କୁ ଘେରିଲେ ବିରୋଧୀ ।

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆସାମରେ ଆସାମର ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ(ୟୁପିପିଏଲ)ର ନେତା ନୋଟ ଗଦାରେ ଶୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ୫୦୦ ଟଙ୍କିଆ ନୋଟ୍ ଉପରେ ଶୋଇଥିବାର ଦେଖିବାକୁ ମିଳୁଛି। ନୋଟ୍ ଉପରେ ଶୋଇଥିବା ନେତାଙ୍କ ନାମ ହେଉଛି ବେଞ୍ଜାମିନ୍ ବାସୁମତାରି । ସେ ୟୁପିପିଏଲ୍‌ର ଗ୍ରାମ ପରିଷଦ ବିକାଶ କମିଟିର ସଦସ୍ୟ ରହି ସାରିଛନ୍ତି। ଆସାମରେ ବିଜେପି ସହିତ ୟୁପିପିଏଲ୍‌ର ଏକ ମେଣ୍ଟ କରିଛି। ଏଭଳି ପରିସ୍ଥିତିରେ ବିରୋଧୀ ଦଳମାନେ ଏହି ଫଟୋ ସାହାଯ୍ୟରେ ବିଜେପିକୁ ଟାର୍ଗେଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe