ଭୁବନେଶ୍ୱରରେ ବନ୍ଦ ଘରୁ ଉଦ୍ଧାର ହେଲା ପୋଷା କୁକୁର। ଶୈଳଶ୍ରୀ ବିହାର ଅଞ୍ଚଳରେ ୭ଦିନ ଧରି ଗୃହବନ୍ଦୀ ଥିଲା କୁକୁର।

ଭୁବନେଶ୍ୱରରେ ବନ୍ଦ ଘରୁ ଉଦ୍ଧାର ହେଲା ପୋଷା କୁକୁର। ଶୈଳଶ୍ରୀ ବିହାର ଅଞ୍ଚଳରେ ୭ଦିନ ଧରି ଗୃହବନ୍ଦୀ ଥିଲା କୁକୁର।

କନକ ବ୍ୟୁରୋ: ବନ୍ଦ ଘରୁ ଉଦ୍ଧାର ହେଲା ପୋଷା କୁକୁର । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଂଚଳରେ ଗୃହବନ୍ଦୀ ହୋଇରହିଥିବା ରୁଟୱେଲର ପ୍ରଜାତିର ଏହି ପୋଷା କୁକୁରକୁ ଉଦ୍ଧାର କରାଯାଇଛି । ୭ ଦିନ ଘରେ ବନ୍ଦି ରହିଥିଲା ଏହି କୁକୁର । ସ୍ପିକ୍ ଫର୍ ଆନିମଲର ସଦସ୍ୟମାନେ ଏଠାରେ ପହଞ୍ଚି ପୋଲିସ ଉପସ୍ଥିତିରେ ଏହି ପୋଷା କୁକୁରକୁ ଉଦ୍ଧାର କରିଛନ୍ତି ।

ବନ୍ଦ ଘରୁ ପୋଷା କୁକୁରର ଚିକ୍ରାର ଶୁଣିବାକୁ ପାଇଥିଲେ ପଡୋଶୀ । ଏହାପରେ ସ୍ପିକ୍ ଫର୍ ଆନିମଲ ଅନୁଷ୍ଠାନକୁ ଖବର ଦେଇଥିଲେ । ତେବେ ଅନୁଷ୍ଠାନର ସଦସ୍ୟମାନେ ଆସିବା ପରେ କୁକୁରକୁ ଉଦ୍ଧାର କରାଯାଇଛି । ବନ୍ଧା ହୋଇ ରହିଥିବା କୁକୁର ଠିକ୍ ଭାବରେ ଖାଇବା ପାଇନଥିବାରୁ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe