କନକ ବ୍ୟୁରୋ: ବନ୍ଦ ଘରୁ ଉଦ୍ଧାର ହେଲା ପୋଷା କୁକୁର । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଂଚଳରେ ଗୃହବନ୍ଦୀ ହୋଇରହିଥିବା ରୁଟୱେଲର ପ୍ରଜାତିର ଏହି ପୋଷା କୁକୁରକୁ ଉଦ୍ଧାର କରାଯାଇଛି । ୭ ଦିନ ଘରେ ବନ୍ଦି ରହିଥିଲା ଏହି କୁକୁର । ସ୍ପିକ୍ ଫର୍ ଆନିମଲର ସଦସ୍ୟମାନେ ଏଠାରେ ପହଞ୍ଚି ପୋଲିସ ଉପସ୍ଥିତିରେ ଏହି ପୋଷା କୁକୁରକୁ ଉଦ୍ଧାର କରିଛନ୍ତି ।
ବନ୍ଦ ଘରୁ ପୋଷା କୁକୁରର ଚିକ୍ରାର ଶୁଣିବାକୁ ପାଇଥିଲେ ପଡୋଶୀ । ଏହାପରେ ସ୍ପିକ୍ ଫର୍ ଆନିମଲ ଅନୁଷ୍ଠାନକୁ ଖବର ଦେଇଥିଲେ । ତେବେ ଅନୁଷ୍ଠାନର ସଦସ୍ୟମାନେ ଆସିବା ପରେ କୁକୁରକୁ ଉଦ୍ଧାର କରାଯାଇଛି । ବନ୍ଧା ହୋଇ ରହିଥିବା କୁକୁର ଠିକ୍ ଭାବରେ ଖାଇବା ପାଇନଥିବାରୁ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/hdgdgd.jpg)