କନକ ବ୍ୟୁରୋ: କୋଣାର୍କ ପିପିଲି ରାସ୍ତାର ଗୋପ ବାୟାକୁଦା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର ବାଇକକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ଦ୍ରୁତ ଗତିରେ କୋଣାର୍କ ଯାଉଥିବା ଏକ କାର ଧକ୍କା ଦେଇଥିଲା । ମୃତକ ହେଉଛନ୍ତି ବଡ଼ମଠ ଗାଁର ରେଣୁ ବେହେରା । ବାୟାକୁଦା ଗାଁର ରଞ୍ଜିତା ବେହେରା ଗୁରୁତର ହୋଇଛନ୍ତି । ସେହିପରି ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।