ଭଞ୍ଜନଗରରେ ଓଲଟିଲା ବସ୍ : ୩୦ରୁ ଅଧିକ ବ୍ୟକ୍ତି ଆହତ ସୂଚନା

23

କନକ ବ୍ୟୁରୋ :  ଭଞ୍ଜନଗରରେ ଓଲଟିଲା ବସ୍ ।  ଗାଙ୍ଗପୁର ଥାନା କୁଲାଙ୍ଗୀ ଓ କାଳିଆଗୁଡ଼ା ମଝି ରାସ୍ତାରେ ସକାଳୁ ସକାଳୁ ନୀଳକଣ୍ଠ ନାମକ ଯାତ୍ରୀବାହୀ ବସଟି  ଓଲଟି ପଡ଼ିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ବସଟି ଗାଙ୍ଗପୁର ସୋରଡ଼ାରୁ ଭଞନଗର ଆସୁଥିଲା । ଗୁରୁତରଙ୍କୁ ଆମ୍ବୁଲାନ୍ସରେ ଭଞନଗର ମେଡ଼ିକାଲ ଅଣାଯାଇଛି ।

ସୂଚନା ଅନୁଯାୟୀ,ବଡଗଡ ନିକଟ ଗୌଡ଼ ଗୋଠ ଅଞ୍ଚଳର ୪୫ ଜଣ ପୁରୁଷ ମହିଳା କୃଷକ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ସ୍ୱତନ୍ତ୍ର କୃଷିତାଲିମ୍ ସକାଶେ ଆସୁଥିଲେ। ସେଥି ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ଏମାନଙ୍କ ଭିତରୁ ୧୮ ଜଣଙ୍କୁ ଭଞ୍ଜନଗର ଚିକିତ୍ସାଳୟକୁ ଓ ୧୨ ଜଣଙ୍କୁ ସୋରଡ଼ା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ଏଥିରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହାନ୍ତି ।