ରାୟଗଡାରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ, ବସ ତଳେ କିଛି ଯାତ୍ରୀ ଚାପି ହୋଇଯାଇଥିବା ସନ୍ଦେହ

Advertisment
ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ଦୁର୍ଘଟଣାରେ ଗଲା ୬ଜଣଙ୍କ ଜୀବନ । ସମ୍ବଲପୁର ଓ ଢେଙ୍କାନାଳରେ ସଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ରାୟଗଡାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଷମ କଟକ ଥାନା ଅନ୍ତର୍ଗତ କାମୁଣିଠାରେ ଏକ ଫର୍ଚୁନ ନାମକ ବସ ଦୁର୍ଘଟଣା ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାସହ ବସ ତଳେ କିଛି ଯାତ୍ରୀ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚିଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତିି । ବସଟି ଟିକିରିରୁ ଭୁବନେଶ୍ୱର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe