କନକ ବ୍ୟୁରୋ : ମଝି ନଦୀରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଦକ୍ଷିଣା ପବନ ବୋହିବାରୁ ଭାରସ୍ୟାମ ହରାଇ ଡଙ୍ଗାରେ ପଶିଲା ପାଣି । ୧୦୮ ବୋଟ୍ ଆମ୍ବଲାନ୍ସ ଆସି ୭ ଜଣ ବ୍ୟକ୍ତିଙ୍କୁ ଡଙ୍ଗାରୁ ଉଦ୍ଧାର କରିଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ବାରିଆଘାଟ ଅଂଚଳରେ । ୭ ଜଣ ବ୍ୟକ୍ତି ବାରିଆଘାଟରୁ ଇନ୍ଦ୍ରାବତି ଜଳ ଭଣ୍ଡାର ଦେଇ ତଳଙ୍ଗ ଅଂଚଳକୁ ଯାଉଥିଲେ । ଦକ୍ଷିଣା ପବନ ଜୋର ହେବାରୁ ଡଙ୍ଗାରେ ପାଣି ପଶି ଯାଇଥିଲା । ସାଇକେଲ ଧରି ଡଙ୍ଗା ଯାଉଥିବା ୭ ଜଣ ବ୍ୟକ୍ତି ନିରୁପାୟ ହୋଇ ୧୦୮ ବୋଟ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-08-12h56m30s132.png)