ପୁଣି ଗଂଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

Advertisment
ପୁଣି ଗଂଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କନକ ବ୍ୟୁରୋ: ଗଂଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି, ଖେମୁଣ୍ଡିଖୋଳ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି । ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

publive-image

ସୂଚନା ଅନୁଯାୟୀ, ଆଜି ସକାଳେ ମହାବୀର ନାମକ ଏକ ଘରୋଇ ବସ୍ ଗଜପତି ଜିଲ୍ଲାର ଚୁଡ଼ଙ୍ଗପୁରରୁ ବ୍ରହ୍ମପୁରକୁ ଆସୁଥିଲା ଖେମୁଣ୍ଡିଖୋଲଠାରେ ଦିଗପହଣ୍ଡି ଘାଟିରେ ଉକ୍ତ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି। ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଅଟକାଇ ଦେବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବସରେ ଯାତ୍ରା କରୁଥିବା ସମସ୍ତ ୪୫ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ଏହି ଜାଗାରେ ଗତ ବର୍ଷକ ଭିତରେ ୮ରୁ ଅଧିକ ଥର ଦୁର୍ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe