ଜିତିଲେ ହିଟ ଯୋଡି, ଜଣେ ବିଧାନସଭାକୁ ଜଣେ ଲୋକସଭାକୁ ନିର୍ବାଚିତ ।

9,343

କନକ ବ୍ୟୁରୋ :ଫିଲ୍ଲ ଦୁନିଆରୁ ରାଜନିତି କ୍ୟାରିୟର । ସବୁଠି ସେ ଦୁଇ ଯୋଡିଙ୍କ ଚର୍ଚ୍ଚା ଥାଏ । ଫିଲ୍ଲ ଦୁନିଆରେ ଦର୍ଶକଙ୍କ ମନ ମୋହୁଥିବା ଏହି ସୁପରିହିଟ ଦୁଇ ଯୋଡି ହେଉଛନ୍ତି ସିଦ୍ଧାନ୍ତ ଓ ରଚନା । ଆପଣମାନେ ସମସ୍ତେ ଏହି ଦୁଇ ଯୋଡିଙ୍କୁ ବେଶ ପସନ୍ଦ କରନ୍ତି । ଫିଲ୍ଲ ଦୁନିଆ ପରେ ଏହି ଦୁଇ ଯୋଡି ରାଜନୀତି କ୍ୟାରିୟରକୁ ଓହ୍ଲାଇଥିଲେ । ପ୍ରଥମେ ସିଦ୍ଧାନ୍ତ ୨୦୦୯ରେ ରାଜନୀତିରେ ପାଦ ଦେଇ ବିଜେଡିରେ ଯୋଗ ଦେଇଥିଲେ । ବିଜେଡିରେ ଯୋଗ ଦେବା ପରେ ସେ ବ୍ରହ୍ମପୁର ବିଧାନସଭା ରୁ ଜିତି ବିଜେଡିରୁ ସାଂସଦ ହୋଇଥିଲେ । ଏବେ ପରବର୍ତ୍ତୀ ମୁହୁର୍ତ୍ତରେ ୨୦୨୪ ରେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ । ବିଜେପିରେ ଯୋଗ ଦେବା ପରେ ସେ ଏବେ ବିଜେପି ଲୋକସଭା ଦିଗପହଣ୍ଡି ପ୍ରାର୍ଥୀ ହୋଇଥିଲେ ଆଉ ଏବେ ସେ ବିଜୟୀ ହୋଇଛନ୍ତି । ତେବେ ଆମେ ଯଦି ଦେଖିବା ରଚନା ବାନାର୍ଜିଙ୍କ କଥା ବର୍ତ୍ତମାନ ସେ ଫିଲ୍ଲ ଦୁନିଆ ପରେ ରାଜନୀତିରେ ପାଦ ଥାପିଥିଲେ । ସେ ପଶ୍ଚିମବଙ୍ଗ ର ହୁଗୁଳି ରୁ ଟିଏମସିରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ । ସେ ମଧ୍ୟ ବିଜୟୀ ହୋଇଛନ୍ତି । ଫିଲ୍ଲୀ ଦୁନିଆ ହେଉ କି ରାଜନୀତି ଦୁନିଆ ହେଉ ସବୁଠି ସେ ଦୁଇ ଯୋଡି ବେଶ ଚର୍ଚ୍ଚିତ ଥାଆନ୍ତି ।