କନକ ବ୍ୟୁରୋ : କମିଶନରେଟ ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ପାନ ଦୋକାନର ତାଲା କାଟି ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କାର ଦାମୀ ସିଗାରେଟ ପ୍ୟାକେଟ । ଭୁବନେଶ୍ୱର ୟୁନିଟ୍ ଥ୍ରୀ ଅଂଚଳରେ ଥିବା ପାନ ଦୋକାନରୁ ଏହି ଲୁଟ ହୋଇଛି । ଦାମୀ ସିଗାରେଟ ପ୍ୟାକେଟ ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତେବେ ୨ ଜଣ ଯୁବକ ବିଳମ୍ବିତ ରାତିରେ ଲୁଟିଥିବା ସିସିଟିଭିରୁ ଜଣାପଡ଼ିଛି । ଏନେଇ ଖାରବେଳ ଥାନାରେ ମାମଲା ରୁଜୁ ହୋଇଛି । ଏତଲା ପାଇବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।