ଭୟ ବଢାଉଛି ଆନ୍ଧ୍ର ଭୂତାଣୁ  । ୧୫ ଗୁଣ ଅଧିକ ସଂକ୍ରାମକ, ତୀବ୍ର ବେଗରେ ବ୍ୟାପିବାର ରହିଛି କ୍ଷମତା । 

627

କନକ ବ୍ୟୁରୋ : ଭାରି ସାଂଘାତିକ ‘ଏପି ଭାଇରସ’ । ଏପି ଅର୍ଥାତ ଆନ୍ଧ୍ରପ୍ରଦେଶ । କରୋନାର ଏକ ନୂଆ ମ୍ୟୁଟାଣ୍ଟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖାଦେଇଛି । ଯାହା ୧୫ଗୁଣା ଅଧିକ ସଂକ୍ରାମକ । ଏହି ଭୂତାଣୁ ସଂସ୍ପର୍ଶରେ ଆସିଲେ ବ୍ୟକ୍ତି ୩ରୁ ୪ ଦିନରେ ଗୁରୁତର ହୋଇପଡୁଛନ୍ତି । ଏହା ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟଠାରୁ ମଧ୍ୟ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଭୂତାଣୁ ପ୍ରଥମେ ଦେଖାଦେଇଥିବାରୁ ଏହାକୁ ‘ଏପି ଭାଇରସ’ ବୋଲି କୁହାଯାଉଛି । ସବୁଠାରୁ ବଡକଥା ହେଉଛି ଏହି ଭୂତାଣୁ ବାବଦରେ ଜଣାପଡିବା ପରେ ଅଧିକ ସତର୍କ ହୋଇପଡିଛନ୍ତି ରାଜ୍ୟ ସରକାର ।

ଭୟ ବଢାଉଛି ଆନ୍ଧ୍ର ଭୂତାଣୁ  । ୧୫ ଗୁଣ ଅଧିକ ସଂକ୍ରାମକ । ଋୂପ ବଦଳାଉଛି, ଶକ୍ତିଶାଳୀ ହେଉଛି । ଭାରତରେ ଦ୍ୱିତୀୟ ଲହର ଆରମ୍ଭ ବେଳେ ପ୍ରଥମେ ଚିନ୍ତା ବଢାଇଥିଲା ବ୍ରିଟେନ ଭୂତାଣୁ । ମହାରାଷ୍ଟ୍ର ଓ ବ୍ରିଟେନ ଭୂତାଣୁ ଚିହ୍ନଟ ହେବା ପରେ ସଂକ୍ରମଣ ଅଧିକ ହୋଇଥିଲା । ବିଶେଷକରି ବ୍ରିଟେନ ଭୂତାଣୁ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ଥିବାରୁ ଚିନ୍ତିତ ହୋଇପଡିଥିଲେ ବିଶେଷଜ୍ଞ । ଏହି ଭୟ ଭିତରେ ଭାରତରେ ଚିହ୍ନଟ ହେଲା ଡବଲ ମ୍ୟୁଟାଂଟ । ବ୍ରିଟେନ ଭାରିଆଂଟଠାରୁ ଏହା ଅଧିକ ଶକ୍ତିଶାଳୀ ଥିବାରୁ ଦ୍ୱିତୀୟ ସଂକ୍ରମଣର ଏହା ବଡ କାରଣ ବୋଲି କୁହାଗଲା । ଏହି ଆଲୋଚନା ଭିତରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ । ପଶ୍ଚିମବଙ୍ଗରେ ପ୍ରଥମେ ଚିହ୍ନଟ ହୋଇଥିଲା ଏହି ଟ୍ରିପଲ ମ୍ୟୁଟାଂଟ ଭୂତାଣୁ ।

ବ୍ରିଟେନ ଷ୍ଟ୍ରେନ, ଡବଲ ମ୍ୟୁଟାଂଟ ଓ ଟ୍ରିପଲ ମ୍ୟୁଟାଂଟକୁ ଏବେ ପଛରେ ପକାଇ ଦେଇଛି ଆନ୍ଧ୍ର ବା ଏପି ଷ୍ଟ୍ରେନ । କୁହାଯାଉଛି କରୋନାର ଏହି ଭୂତାଣୁ ପୂର୍ବ ଭୂତାଣୁଠାରୁ ଅତି କମରେ ୧୫ ଗୁଣା ଅଧିକ ଶକ୍ତିଶାଳୀ । ଏହା ଯେମିତି ଦ୍ରୁତଗତିରେ ସଂକ୍ରମଣ କରିବ, ସେମିିତି ମଣିଷ ଶରୀରରେ ଶୀଘ୍ର କ୍ଷତି ଘଟାଇବା ବୋଲି କହିଛନ୍ତି ବିଶେଷଜ୍ଞ ।

ଏବେ ଆସନ୍ତୁ ନଜର ପକାଇବା ଏହି ଆନ୍ଧ୍ର ବା ଏପି ଷ୍ଟ୍ରେନ୍ କଣ ।

-ଖୁବ କମ ସମୟ ମଧ୍ୟରେ ଶରୀରରେ ଭୂତାଣୁର ମାତ୍ରା ବଢାଇବ

 -୧୫ ଗୁଣ ଅଧିକ ଶକ୍ତିଶାଳୀ ଅର୍ଥାତ ଅଧିକ ସଂକ୍ରମଣ କରିବ

– କରୋନାର ଏହି ଭୂତାଣୁକୁ ଚିହ୍ନଟ କରିଛନ୍ତି ସେଂଟର ଫର ସେଲୁଲାର ଆଣ୍ଡ ମଲିକୁଲା ବାୟୋଲଜି

– ଏହି ଷ୍ଟ୍ରେନର ବିଜ୍ଞାନ ନା ହେଉଛି  ଏନ୪୪୦କେ

-ଭାରତର ଡବଲ ମ୍ୟୁଟାଂଟ, ଟ୍ରିପଲ ମ୍ୟୁଟାଂଟଠାରୁ ଏହା ଅଧିକ ଶକ୍ତିଶାଳୀ

ଆନ୍ଧ୍ରରେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ଗତବର୍ଷ ଶେଷ ଭାଗରେ ଜଣାପଡିଥିଲା ।  ସେଲ କଲଚର ଗବେଷଣାରୁ ଏହାର ସଂକ୍ରାମକ ଶକ୍ତି ସମ୍ପର୍କରେ ଜଣାପଡିଥିଲା ।  ଦକ୍ଷିଣ ଭାରତର ବହୁ ଅଂଚଳରେ ଏହାର ସଂକ୍ରାମକ ରୂପ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି ।

ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଛନ୍ତି, ଖୁବଶୀଘ୍ର ବ୍ରିଟେନ ଷ୍ଟ୍ରେନ ଓ ଡବଲ ମ୍ୟୁଟାଂଟର ସ୍ଥାନ ନେଇଯିବ ଆନ୍ଧ୍ର ଭୂତାଣୁ । ଦକ୍ଷିଣ ଭାରତର ସମସ୍ତ ରାଜ୍ୟରେ ଏହାର ପ୍ରଭାବ ପଡିବ । କୁହାଯାଉଛି ଦିଲ୍ଲୀର ପୁନଃ ସଂକ୍ରମଣ  ମାମଲା ଏହି ଭୂତାଣୁ ଯୋଗୁଁ ହେଉଛି । ଏପି ଷ୍ଟ୍ରେନ ମଣିଷର ଫୁସଫୁସ କୋଷକୁ ଅଧିକ ପ୍ରଭାବିତ କରୁଛି  ।