କନକ ବ୍ୟୁରୋ: ଗଗନଯାନ ଟିମରେ ଓଡ଼ିଆ ପୁଅ । ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ‘ମିଶନ ଗଗନଯାନ’ ପାଇଁ ମନୋନୀତ ହୋଇଛନ୍ତି ୱିଙ୍ଗ କମାଣ୍ଡର ନିଖିଲ ରଥ । ଏହାସହ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ନିଖିଲ ରୁଷରେ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶେଷ କରିଛନ୍ତି । ଗାଗାରିନ କସମୋନଟ୍ ଟ୍ରେନିଂ ସେଂଟରରେ ଏହି ତାଲିମ୍ ଫେବ୍ରୁଆରୀ ୧୦ରୁ ଚାଲିଥିଲା । ୪ ଜଣ ଭାରତୀୟ ଭବିଷ୍ୟ ମହାକାଶଚାରୀ ଏହି ତାଲିମ୍ ନେଉଛନ୍ତି ।
ଏମାନଙ୍କ ମଧ୍ୟ ଅଛନ୍ତି ୱିଙ୍ଗ କମାଣ୍ଡର ନିଖିଲ । ନିଖିଲଙ୍କ ଘର ବଲାଙ୍ଗୀରରେ । ସେ ୨୦୦୩ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ମହାକାଶ ମିଶନରେ ସାମିଲ ହେବାରେ ନିଖିଲ ହେଉଛନ୍ତି ପ୍ରଥମ ଓଡ଼ିଆ ପାଇଲଟ୍ । ଏହି ସଫଳତା ପାଇଁ ତାଙ୍କୁ ଶୁଭଚ୍ଛୋର ସୁଅ ଛୁଟିଛି । ୨୦୨୨ରେ ଭାରତ ପକ୍ଷରୁ ଗଗନଯାନ ମହାକାଶକୁ ଛଡ଼ାଯିବାର ଲକ୍ଷ୍ୟ ରହିଛି । ଏଥିରେ ଇସ୍ରୋ ପକ୍ଷରୁ ୩ ଜଣ ମହାକାଶଚାରୀଙ୍କୁ ୭ ଦନିଆ ମିଶନରେ ମହାକାଶକୁ ପଠାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/4-6.jpg)