ବୁର୍ଲା କୋଭିଡ ହସ୍ପିଟାଲରେ ଭୁଲ ଚିକିତ୍ସା କରାଯାଉଥିବା ଅଭିଯୋଗ । ନର୍ସଙ୍କ ବିରୋଧରେ ଅଭିଯୋଗ ଆଣିଲେ କରୋନା ସଂକ୍ରମିତ ନର୍ସ ।

170

କନକ ବ୍ୟୁରୋ: କରୋନା ଚିକିତ୍ସାକୁ ନେଇ ନର୍ସଙ୍କ ବିରୋଧରେ ଅଭିଯୋଗ ଆଣିଲେ ନର୍ସ । ସମ୍ବଲପୁରରେ ବୁର୍ଲା କୋଭିଡ ହସ୍ପିଟାଲରେ କରୋନା ଚିକିତ୍ସାକୁ ନେଇ ଦେଖାଦେଇଛି ବିବାଦ । କୋଭିଡ ହସ୍ପିଟାଲରେ ଭୁଲ ଚିକିତ୍ସା କରାଯାଉଛି ଆଉ ଭୁଲ ଇଂଜେକ୍ସନ୍ ଓ ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁଁ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ କରିଛନ୍ତି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣେ ଷ୍ଟାଫ ନର୍ସ । ଏହାକୁ ନେଇ ବୁର୍ଲା କୋଭିଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି । ମେଡିକାଲ ପରିସରରେ ପୁଲିସ ମୁତୟନ କରାଯାଇଛି ।

ତେବେ ଡାକ୍ତରଖାନାରେ ରୋଗୀଙ୍କୁ ରେମଡେସଭିର୍ ଔଷଧ ମିଳୁଥିବା ବେଳେ ବୁର୍ଲା କୋଭିଡ ହସ୍ପିଟାଲରେ ଏହାର ମନମୁଖୀ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି କୋଭିଡ ସଂକ୍ରମିତ ଷ୍ଟାଫ ନର୍ସ । ଭିମସାରର ହୃଦରୋଗ ବିଭାଗରେ କାମ କରୁଥିବା ନର୍ସ ଗତକାଲି କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ କରୋନା ଆକ୍ରାନ୍ତ ରୋଗୀଙ୍କୁ ଗୋଟିଏ ଥର ରେମଡେସଭିର ଔଷଧ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଡ୍ୟୁଟିରେ ଥିବା ନର୍ସ ତାଙ୍କୁ ମନଇଛା ଔଷଧ ଦେଉଥିବାରୁ ସେ ପ୍ରତିବାଦ କରିଛନ୍ତି । ଏହି ଅଭିଯୋଗ ପରେ ସଂପୃକ୍ତ ନର୍ସଙ୍କୁ ବହିଷ୍କାର କରାଯାଇଛି ।