ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର ଜାରି : ଜରୁରୀ ସହାୟତା ପାଇଁ ୧୧୨ ନମ୍ବର ଉପଲବ୍ଧ

168

କନକ ବ୍ୟୁରୋ : ପୁଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଜାରି ହେଲା ଗୋଟିଏ ନମ୍ବର । ଏଣିକି ପୁଲିସ, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲଫ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବାକୁ ପଡିବ ନାହିଁ । ୧୧୨ ନମ୍ବରରେ ଡାଇଲ କଲେ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ ।

ସେହିପରି ତ୍ୱରିତ ସେବା ପାଇଁ ୧୦୯୮ଟି ପଦବୀକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜନତାଙ୍କ ସୁବିଧା ଯୋଗାଇବାକୁ ବିଭିନ୍ନ ସହାୟତା ନଂବର ଯଥା- ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ନମ୍ବରକୁ ଏକୀଭୁତ କରାଯାଇ ୧୧୨ କରାଯାଇଛି । ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ଟି ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି ।

୧୧୨ ସେବା ପାଇଁ ୪ ଜଣ ଡିଏସପି, ୧୫୧- ଇନ୍ସପେକ୍ଟର, ୨୦୩ ସବ ଇନ୍ସପେକ୍ଟର ଓ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏହାଛଡା ଚୁକ୍ତିଭିତିକ ଭାବେ ୧୯୮ ଜଣ କଲଟେକର ଓ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ଗୋଟିଏ ନମ୍ବରରେ ସବୁ ଜରୁରୀ ସେବା ମିଳିଲେ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।