ଭିତର କନିକାରେ ହରିଣ ଶିକାରର ନୂଆ ତରିକା । ଜଙ୍ଗଲ ଭିତରେ ପୋଷାକୁକୁର ଲଗାଇ ନିରୀହ ଜନ୍ତୁକୁ ଶୀକାର କରୁଛନ୍ତି ଶୀକାରୀ : କର୍ତୃପକ୍ଷ ବେଖବର

397

କନକ ବ୍ୟୁରୋ : ବିପଦରେ ଜାତୀୟଉଦ୍ୟାନ ଭିତରକନିକାର ବନ୍ୟଜନ୍ତୁ । କାରଣ ଅଭୟାରଣ୍ୟରେ ମାତିଛନ୍ତି ଜନ୍ତୁ ଶିକାରୀ । ଜାତୀୟ ଉଦ୍ୟାନ ଭିତରେ ବେଧଡକ ଚାଲିଛି ଶିକାର । ପୋଷା କୁକୁର ଲଗାଇ କରାଯାଉଛି ହରିଣ ଶିକାର । ଏପରି ଏକ ଚିତ୍ର ଆସିଛି ଭିତରକନିକା ଅଭୟାରଣ୍ୟରୁ । ଜଙ୍ଗଲି ହରିଣକୁ ଘେରିଛନ୍ତି ପୋଷା କୁକୁର । ଚାରିପଟୁ ଘେରି ହରିଣକୁ କାବୁ କରୁଛନ୍ତି । ଏହା ପରେ ଶିକାରୀମାନେ ଏହି ହରିଣକୁ ଶିକାର କରନ୍ତି । କେବଳ ହରିଣ ନୁହଁନ୍ତି ତାଲିମ ଦେଇ କୁକୁର ଜରିଆରେ ବାର୍ହା ମାନଙ୍କୁ ବି କରାଯାଉଛି ଶିକାର । ଆଉ ଅବାଧରେ ଚାଲିଛି ନିରୀହ ଜୀବମାନଙ୍କର ମାଂସ କାରବାର ।

ଏ ଦୃଶ୍ୟ ଭିତରକନିକା ଜାତୀୟ ଉଦ୍ୟାନ ଶୈଳେନ୍ଦ୍ରସରାଇ ଜଙ୍ଗଲର । ଯେଉଁ ଜାତୀୟ ଉଦ୍ୟାନରେ ପତ୍ର ଖଣ୍ଡେ ଛିଣ୍ଡାଇବା ଧର୍ତବ୍ୟ ଅପରାଧ । ସେଠାରେ କୁକୁର ଜରିଆରେ ଚାଲିଛି ଜନ୍ତୁ ଶିକାର । ତେବେ ପ୍ରଶ୍ନ ଉଠୁଛି, ଏତେ ସୁରକ୍ଷା ସତ୍ୱେ କିଭଳି ଭାବେ ଶିକାରୀମାନେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଛନ୍ତି । ଆଉ ବନବିଭାଗ ଏହାର ଟେର ପାଉନାହିଁ । ଏପରି ଚାଲିଲେ ଅଭୟାରଣ୍ୟରୁ ଦିନେ ବନ୍ୟଜନ୍ତୁଙ୍କ ସଂଖ୍ୟା ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ ।