ସାମ୍ନାକୁ ଆସିଲା ରିୟା ଚକ୍ରବର୍ତି ଓ ମହେଶ ଭଟ୍ଟଙ୍କ ନୂଆ ଭିଡିଓ । ଗପ ଶୁଣାଉଛନ୍ତି ଫିଲ୍ନ ନିର୍ମାତା , ସାମ୍ନାରେ ବସି ତାଳି ମାରୁଛନ୍ତି ରିୟା : ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ମହେଶ ଭଟ୍ଟଙ୍କ କଥାରେ ଘର ଛାଡିଥିଲେ ରିୟା ଚକ୍ରବର୍ତି

621

କନକ ବ୍ୟୁରୋ : ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ବଲିଉଡ ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିଆ ଚକ୍ରବର୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସୁଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତୀ । ଅନୁମାନ କରାଯାଉଛି ମହେଶ ଭଟ୍ଟଙ୍କ ଘରେ ସୁଟ୍ ହୋଇଛି ଏହି ଭିଡିଓ । ଭିଡିଓରେ ମହେଶ ଭଟ୍ଟଙ୍କ ଘରେ ଏକ କାଉଚରେ ସାମ୍ନାସାମ୍ନି ବସିଛନ୍ତି ରିଆ ଓ ମହେଶ ଭଟ୍ଟ । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ହାତରେ ରହିଛି ଏକ ଗପ ବହି । ମହେଶ ଭଟ୍ଟ ଗପ ପଢି ରିଆଙ୍କୁ ଶୁଣାଉଥିବାବେଳେ ସାମ୍ନାରେ ବସି ଅତି ଆଗ୍ରହର ସହ ଶୁଣୁଛନ୍ତି ରିଆ ଚକ୍ରବର୍ତୀ । ଏବଂ ଶେଷରେ ତାଳି ମଧ୍ୟ ମାରୁଛନ୍ତି ।

ପୂର୍ବରୁ ରିଆଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ଦୁହିଁଙ୍କ ସଂପର୍କ ଉପରେ ପ୍ରଶ୍ନ ଉଠିଥିଲା । ନିଜ ଝିଅ ବୟସର ଜଣେ ଅଭିନେତ୍ରୀଙ୍କ ସହ ମହେଶ ଭଟ୍ଟଙ୍କ ଏହି ଅନ୍ତରଙ୍ଗ ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭ୍ୟୟଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଥିଲା ।

ସବୁଠାରୁ ବଡକଥା ହେଉଛି ଜୁନ ୮ ତାରିଖରେ ରିଆ ଚକ୍ରବର୍ତୀ ଯେତେବେଳେ ସୁଶାନ୍ତଙ୍କ ଘର ଛାଡିଥିଲେ ସେ ମହେଶ ଭଟ୍ଟଙ୍କୁ ଫୋନ କରିଥିଲେ । ଏବଂ ତାଙ୍କରି ପରାମର୍ଶରେ ସୁଶାନ୍ତଙ୍କ ଘର ଛାଡିଥିବା କୁହାଯାଉଛି । ତେବେ କାହିଁକି ରିଆଙ୍କୁ ସୁଶାନ୍ତଙ୍କ ଘର ଛାଡି ଦେବାକୁ ପରାମର୍ଶ ଦେଇଥିଲେ ମହେଶ ଭଟ୍ଟ? ଜୁନ୍ ୮ ତାରିଖରେ ରିଆ ଘର ଛାଡିଆସିବା ପରେ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ।

ଏବେ ନଜର ପକାନ୍ତୁ ରିଆ ଓ ମହେଶ ଭଟ୍ଟଙ୍କ ଭିତରେ ହୋଇଥିବା ହ୍ୱାଟ୍ସଆପ ଚାଟ ଉପରେ । ଯାହା ସୁଶାନ୍ତ ମୃତ୍ୟୁ ରହସ୍ୟରେ ଏକ ବଡ ସୁରାଗ ବୋଲି ବିଚାର କରାଯାଉଛି । ସୁଶାନ୍ତ ମୃତ୍ୟୁ ମାମଲାର ଛାନଭିନ କରୁଥିବା ଯାଂଚ ଏଜେନ୍ସି ମଧ୍ୟ ଏହାର ଛାନଭିନ କରୁଛି ।