ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ସାଇକୋ ଲେଡି ପ୍ରସଙ୍ଗରେ ଥାନାରେ ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ନାଁରେ ଏତଲା ଦେଲେ ଚିନ୍ମୟୀ ମହାପାତ୍ର : କହିଲେ ତାଙ୍କୁ ଦିଆଯାଇଛି ମାନସିକ ନିର୍ଯାତନା ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼

243

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଉପରୁ ପରଦା ହଟୁନଥିବା ବେଳେ ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର, ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତ ଦାସଙ୍କୁ ନେଇ ଏବେ ଚର୍ଚ୍ଚା । ବାଲେଶ୍ୱର ଖଇରା ଥାନାରେ ଏତଲା ଦେଇ ଚିନ୍ମୟୀ ଅଭିଯୋଗ କରିଛନ୍ତି, ବିସ୍ମିତ ତାଙ୍କୁ ସାଇକୋ ଲେଡି ଏବଂ ଆଦିତ୍ୟଙ୍କ ମୃତ୍ୟୁର କାରଣ ବୋଲି କହି ଫେକ୍ ନ୍ୟୁଜ୍ ପ୍ରସାରଣ କରିଛନ୍ତି । ଯାହା ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଇଛି । ଏପରକିି ବିସ୍ମିତ ତାଙ୍କୁ କ୍ରାଇମ ବ୍ରାଂଚ ଅଫିସର କହି ଫୋନ କରିଛନ୍ତି ଏବଂ ହ୍ୱାଟ୍ସଆପରେ ମେସଜ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚିନ୍ମୟୀ ।

ଏହି ଏଫଆଇଆର୍ରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ମଧ୍ୟ ଟାଣିଛନ୍ତି ଚିନ୍ମୟୀ । ଥାନାରେ ଚିନ୍ମୟୀ ଅଭିଯୋଗ କରିଛନ୍ତି, ସାଇକୋ ଲେଡି, ବ୍ଲାକମେଲର ଆଦି କହି ବିସ୍ମିତ, ବିଦ୍ୟାଶ୍ରୀ ଓ ଅନ୍ୟମାନେ ତାଙ୍କୁ ମାନସିକ ଆଘାତ ଦେଇଛନ୍ତି । ଶୁଣନ୍ତୁ ପୂର୍ବରୁ ଏ ସଂପର୍କରେ କ’ଣ କହିଥିଲେ ଚିନ୍ମୟୀ ଓ ବିସ୍ମିତ । ଏକ ଘରୋଇ ଟିଭି ଚ୍ୟାନେଲ ନାଁରେ ମଧ୍ୟ ଚିନ୍ମୟୀ ଅଭିଯୋଗ କରିଛନ୍ତି । ଆଦିତ୍ୟ ଓ ତାଙ୍କର ବ୍ଲର ଫଟୋ ପ୍ରସାରଣ କରିବା ସହ ସେ ଫେରାର ହୋଇଯାଇଥିବା ଖବର ପ୍ରସାରଣ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।