ଦୀପାଳି ବାରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆମୋଡ଼। ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦୀପାଳି ବାରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆମୋଡ଼। ହତ୍ୟା ଅଭିଯୋଗ ଆଣିଲେ ପରିବାର

କନକ ବ୍ୟୁରୋ: ଦୀପାଳି ବାରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆମୋଡ଼ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଝିଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି । ମୃତ୍ୟୁର କାରଣ ଜାଣିବା ପାଇଁ ଯୁବତୀ ଜଣକ ବ୍ୟବହାର କରୁଥିବା ଫୋନକୁ ଏସଏଫଏଲକୁ ପୋଲିସ ପଠାଇଛି । ତେବେ ଆଜି ଯୁବତୀଙ୍କ ମୃତଦେହ ପୋଷ୍ଟମର୍ଟମ କରାଯିବ ।

ଭୁବନେଶ୍ୱରେରେ ଲକ୍ଷ୍ମୀସାଗର କଟକ ରୋଡରେ ଥିବା ଦୀପାଳି ବାରରୁ ଗତକାଲି ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରାଯାଇଥିଲା । ନିଜର ୨୦୫ ନଂ ରୁମରେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ଲଜ୍ କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ମୃତ ଯୁବତୀଙ୍କ ନାଁ ଶୁଭଲକ୍ଷ୍ମୀ ସାହୁ ଘର ଭଦ୍ରକର କୁଆବାଗ ସାହି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe